ଗରଦପୁର, ୧୩/୦୪/୨୦୨୨( ଓଡ଼ିଶା ସମାଚାର )- ମୁଖ୍ୟମନ୍ତ୍ରୀ ଙ୍କ ମହିଳା ସଶକ୍ତିକରଣ ଏବଂ ଆତ୍ମ ନିର୍ଭରଶିଳ ହେବାପାଇଁ ଯେଉଁ ଯୋଜନା ପ୍ରଣୟନ କରିଛନ୍ତି, ତନ୍ମଧ୍ୟରୁ ମା ମାନଙ୍କ ପାଇଁ ମିଶନ ଶକ୍ତି ଗରଦପୁର ବ୍ଲକ୍ ସହାୟତାରେ ଆଜି ପଦ୍ମପୁର ଗ୍ରାମ ପଂଚାୟତର ନୂଆପଡ଼ା ଠାରେ ଏକ ଚିକେନ୍ ଫ୍ରେସ ଦୋକାନ ଉଦଘାଟିତ ହୋଇ ଯାଇଛି । ଜୟ ସୀତାରାମ ସ୍ୱୟଂ ସହାୟକ ର ମା ମାନେ ଏହି ଦୋକାନ ଆରମ୍ଭ କରିଛନ୍ତି । ଗରଦପୁର ବ୍ଲକ୍ ବିଡ଼ିଓ ରଂଜିତ କୁମାର ମଲିକ୍ ଓ ଓଡ଼ିଶା ଜିବୀକା ମିଶନ ଅଧିକାରୀ ଅଖିଳ ଆଚାର୍ଯ୍ୟ ଙ୍କ ଉପସ୍ଥିତିରେ ନବ ନିର୍ବାଚିତ ପଂଚାୟତ ସମିତି ଅଧ୍ୟକ୍ଷ ଅଭୟ ମହାରାଜ ଆନୁଷ୍ଠାନିକ ଭାବେ ଏହି ଦୋକାନକୁ ଉଦଘାଟନ କରିଥିଲେ । ଓଡ଼ିଶା ସମାଚାର