ଭୁବନେଶ୍ୱର, ୧୩/୦୪/୨୦୨୨( ଓଡ଼ିଶା ସମାଚାର )- ଭୁବନେଶ୍ୱର ଓ କଟକ ମଧ୍ୟରେ ଥିବା ଫୁଲନଖରା ଠାରେ ଧରିତ୍ରୀ ମୋବାଇଲ୍ ର ମେଗା ସୋ ରୁମ୍ ଉଦଘାଟିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଏବଂ ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଏହାକୁ ଉଦଘାଟନ କରିଥିଲେ । ଏହି ଅବସରରେ ସୋ ରୁମ୍ ର ପ୍ରତିଷ୍ଠାତା ଯୁବ ଉଦ୍ୟୋଗପତି ସବ୍ୟସାଚୀ ମିଶ୍ର, ତାଙ୍କର ପିତା ତ୍ରୈଲୋକ୍ୟ ମିଶ୍ର ଏବଂ ମାତା ଆଶା ମଞ୍ଜରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସୋ ରୁମରେ ଦେଶ ବିଦେଶର ସମସ୍ତ କମ୍ପାନୀଗୁଡ଼ିକର ମୋବାଇଲ ଉପଲବ୍ଧ ହେବା ସହିତ ମରାମତି ପାଇଁ ମଧ୍ୟ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଜଣାଯାଇଛି । ଅତିରିକ୍ତ ବିକ୍ରୀ ପ୍ରୋତ୍ସାହନ ଆକର୍ଷଣ ଭାବରେ ଏଠାରେ ମୋବାଇଲ କ୍ରେତାମାନଙ୍କୁ ଆର୍ଥିକ ଋଣ, ସରଳ ତଥା ସହଜ ଇ.ଏମ୍.ଆଇ ଜରିଆରେ ପରିଶୋଧ ଏବଂ ହୋମ୍ ଡେଲିଭରୀ ଆଦି ଗ୍ରାହକପ୍ରେମୀ ବ୍ୟବସ୍ଥା ମହଜୁଦ ରହିବ ବୋଲି ପ୍ରୋପ୍ରାଇଟର୍ ସବ୍ୟସାଚୀ ମିଶ୍ର ପ୍ରକାଶ କରିଛନ୍ତି।ଓଡ଼ିଶା ସମାଚାର