Wednesday , May 18 2022
Breaking News
Home / ବ୍ୟବସାୟ ବାଣିଜ୍ୟ / କଳିଙ୍ଗନଗର ସିମେଣ୍ଟ କରଖାନାରେ ଦୂର୍ଘଟଣା, ଜଣେ ଶ୍ରମିକ ଙ୍କ ମୃତ୍ୟୁ

କଳିଙ୍ଗନଗର ସିମେଣ୍ଟ କରଖାନାରେ ଦୂର୍ଘଟଣା, ଜଣେ ଶ୍ରମିକ ଙ୍କ ମୃତ୍ୟୁ

ଯାଜପୁର ୧୩/୦୪/୨୦୨୨( ଓଡ଼ିଶା ସମାଚାର )- ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଏକ ସିମେଣ୍ଟ କରଖାନାରେ ଅଘଟଣ ଘଟିଛି। ଲୋଡିଂ ବେଲ୍ଟରେ ଚାପି ହୋଇ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଶ୍ରମିକ ଜଣକ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ବୋଲି ଜଣାପଡିଛି । କ୍ଷତିପୁରଣ ଦାବିରେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ମୃତଦେହ ରଖି ଶ୍ରମିକମାନେ ଧାରଣା ଦେଇଛନ୍ତି। ସୂଚନାନୁସାରେ, ଗତକାଲି ରାତି ପାଖାପାଖି ସାଢ଼େ ୮ ଟା ସମୟରେ କଳିଙ୍ଗନଗର ସ୍ଥିତ ଏକ କାରଖାନା ପାରିସରରେ ଦୁର୍ଘଟଣା ଘଟି ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ଟାଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶ୍ରମିକଙ୍କ ଶବକୁ କାରଖାନା ଫାଟକ ସମ୍ମୁଖରେ ରଖି ଶ୍ରମିକ ସଂଘ କ୍ଷତିପୂରଣ ଦାବି କରିଛି । ଘଟଣାସ୍ଥଳରେ ଚାପା ଉତେଜନା ଦେଖାଦେଇଛି। ଯଖପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କୁ ବୁଝାସୁଝା କରୁଛି। ଓଡ଼ିଶା ସମାଚାର

About admin

Check Also

ଏଇଚର୍ ଟ୍ରାକ୍ଟର୍ସ ପକ୍ଷରୁ ପରବର୍ତୀ ପିଢିର କୃଷକଙ୍କ ପାଇଁ ପ୍ରିମିୟମ ରେଞ୍ଜ୍ର ଟ୍ରାକ୍ଟର- ପ୍ରାଇମା ଜି୩ ଉନ୍ମୋଚିତ

. ବିଶ୍ୱସ୍ତରୀୟ ଡିଜାଇନ ସହିତ ପ୍ରିମିୟମ ଷ୍ଟାଇଲିଂ .ଫର୍ମ, ଫିଟ୍ ଓ ଫଙ୍କ୍ଶନ ସହ ପ୍ରଗତିଶୀଳ ଟେକ୍ନୋଲୋଜି .ଉନ୍ନତ ସିଟ୍,ପ୍ରଶସ୍ତ …

Leave a Reply

Your email address will not be published. Required fields are marked *