Tuesday , September 27 2022
Breaking News
Home / ରାଜନୀତି / ସାପ୍ତାହିକ ହାଟରେ ବିଜେପିର ସର୍ବତ ପାଣି ବଣ୍ଟନ

ସାପ୍ତାହିକ ହାଟରେ ବିଜେପିର ସର୍ବତ ପାଣି ବଣ୍ଟନ

ଜୁନାଗଡ଼, ୧୦/୦୪/୨୨(ଓଡିଶା ସମାଚାର/ରାକେଶ ବେମାଲ )- ବିଜେପି ର ପ୍ରତିଷ୍ଠା ଦିବସ ଓ ସେବା ସପ୍ତାହ ପାଳନ ଅବସରରେ ରବିବାର ସ୍ଥାନୀୟ ସାପ୍ତାହିକ ହାଟରେ ପିଜେପି ପକ୍ଷରୁ ସର୍ବତ ପାଣି ବଣ୍ଟନ କରାଯାଇଥିଲା।ବର୍ତମାନ ଜିଲ୍ଲାରେ ଟାଣ ଖରା ବୃଦ୍ଧି ପାଇବାରେ ଲାଗିଛି। ଲୋକେ ବାହାର କୁ  ବାହାରିବା ମୁସ୍କିଲ ହୋଇପଡିଛି।ରବିବାର ଜୁନାଗଡ଼ ସାପ୍ତାହିକ ହାଟ ଥିବାରୁ ଅନେକ ବ୍ୟବସାୟୀ ଓ ଲୋକଙ୍କ ସମାଗମ ହୋଇଥାଏ।ଏଣୁ ଖରା ଦାଉରୁ ଲୋକଙ୍କୁ ତୃଷା ମେଣ୍ଟାଇବା ପାଇଁ ବିଜେପି ପକ୍ଷରୁ ଦହିପାଣି ସର୍ବତ ବଣ୍ଟାଯାଇଥିଲା।ଏହି କାର୍ଯ୍ୟକ୍ରମରେ,ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ଜିଲ୍ଲା ଉପ ସଭାପତି ଅଜୟ ପାଣିଗ୍ରାହୀ, ପୂର୍ବତନ ବ୍ଲକ ଅଧକ୍ଷ୍ୟ ମନୋଜ ମେହେର, ସରପଞ୍ଚ ଦିବ୍ୟ ଦୀପ, ମାଧବୀ ବାଗ,ଶିଶିର ପଟ୍ଟନାୟକ, କାଳିନ୍ଦ୍ରୀ ପାଣିଗ୍ରାହୀ, ମନୋଜ ଧଙ୍ଗଡାମାଝୀ, ବିଜୟ ଦଣ୍ଡସେନା,ହୃଦାନନ୍ଦ ପୁଝରୀ ଓ ଦଳୀୟ କର୍ମକର୍ତା ଉପସ୍ଥିତ ରହି ଥିଲେ। ଓଡିଶା ସମାଚାର

Leave a Reply

Your email address will not be published.