Tuesday , September 27 2022
Breaking News
Home / ତାଜା ଖବର / ମହାକାଳପଡ଼ା ଅଂଚଳରେ ବଡ଼ ଧରଣର ଡ଼କାୟତି, ଡ଼କାୟତଙ୍କ ଆକ୍ରମଣରେ ୩ ଆହତ, ୨ ଜଣଙ୍କୁ କାବୁ କଲେ ଗ୍ରାମବାସୀ, ବନ୍ଧୁକ ଓ ଗାଡ଼ି ଜବତ

ମହାକାଳପଡ଼ା ଅଂଚଳରେ ବଡ଼ ଧରଣର ଡ଼କାୟତି, ଡ଼କାୟତଙ୍କ ଆକ୍ରମଣରେ ୩ ଆହତ, ୨ ଜଣଙ୍କୁ କାବୁ କଲେ ଗ୍ରାମବାସୀ, ବନ୍ଧୁକ ଓ ଗାଡ଼ି ଜବତ

କେନ୍ଦ୍ରାପଡା,୧୦/୦୪/୨୦୨୨( ଓଡ଼ିଶା ସମାଚାର )- ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡା ଜିଲ୍ଲା ସାମୁଦ୍ରିକ ଥାନା ତନ୍ତିଆପାଳ ଅଧିକ କାକଟପୁର ଗ୍ରାମରେ ଏକ ବଡ଼ ଧରଣର ଡ଼କାୟତି ହୋଇଛି । ମିଳିଥିବା ସୂଚନା ମୁତାବକ ଡକାୟତମାନେ ଗତକାଲି ପ୍ରାୟ ରାତି ଗୋଟାଏ ସମୟରେ କାକଟପୁର ଗ୍ରାମର କାର୍ତ୍ତିକ ସ୍ବାଇଁଙ୍କ ଘରେ ପଶି ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିବା ସହିତ ୧ ଲକ୍ଷ ୬୦ ହଜାର ଟଙ୍କା ଓ ପ୍ରାୟ ୨୫ ଭରି ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଡ଼କାୟତମାନଙ୍କ ଆକ୍ରମଣ ରେ ପରିବାରର ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସପିଟାଲ ରେ ଭର୍ତି କରାଯାଇଛି । ତେବେ ଗୃହକର୍ତା ଙ୍କ ବୋହୁ ଖଟତଳେ ଲୁଚିଯାଇ ମୋବାଇଲ ଫୋନ୍ ରେ ଗାଁ ଲୋକଙ୍କୁ ଖବର ଦେଖଥିଲେ । ଫଳରେ ଗ୍ରାମବାସୀ ପହଂଚି ଯିବାରୁ ଡ଼କାୟତମାନେ ୪ ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ ଗ୍ରାମବାସୀ ଡ଼ରିନଯାଇ ଡ଼କାୟତଙ୍କୁ ଇଟା ପଥର ମାଡ଼ କରିଥିଲେ । ଇଟା ପଥର ମାଡ଼ରେ ଡ଼କାୟତଙ୍କ ହାତରୁ ବନ୍ଧୁକ ଖସିପଡ଼ିଥିଲା । ଗୋଟିଏ ବନ୍ଧୁକ ଓ ଏକ ଗାଡ଼ିକୁ ଜବତ କରାଯିବା ସହିତ ୨ ଜଣ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଥିବାବେଳେ ଅନ୍ୟ କେତେଜଣ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି । ସେମାନଙ୍କୁ ପୋଲିସ ଜିମା ଦିଆଯାଇଛି । ପୋଲିସ ସେମାନଙ୍କୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି । ଖସି ପଳାଇଥିବା ଡ଼କାୟତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଡକାୟତଙ୍କ ଆକ୍ରମଣରେ କାର୍ତ୍ତିକ ସ୍ବାଇଁଙ୍କ ସହିତ ତାଙ୍କ ପତ୍ନୀ ଏବଂ ଭାଇ ଗୁରୁତର ଆହତ ହୋଇଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.