Thursday , August 18 2022
Breaking News
Home / ତାଜା ଖବର / ଢେଙ୍କାନାଳର ନବନିର୍ବାଚିତ ପୌର ଅଧ୍ୟକ୍ଷାଙ୍କ ଘର ଆଗରେ ବୋମା ମାଡ଼, କେହି ଆହତ ହୋଇ ନଥିବା ସୂଚନା

ଢେଙ୍କାନାଳର ନବନିର୍ବାଚିତ ପୌର ଅଧ୍ୟକ୍ଷାଙ୍କ ଘର ଆଗରେ ବୋମା ମାଡ଼, କେହି ଆହତ ହୋଇ ନଥିବା ସୂଚନା

ଢେଙ୍କାନାଳ ୧୦/୦୪/୨୦୨୨( ଓଡ଼ିଶା ସମାଚାର )- ଢେଙ୍କାନାଳର ନବନିର୍ବାଚିତ ପୌର ଅଧ୍ୟକ୍ଷାଙ୍କ ଘର ଆଗରେ ବୋମା ମାଡ଼ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ରଙ୍କ ସିମିଳିଆ ସ୍ଥିତ ବାସ ଭବନ ଉପରେ ବୋମା ମାଡ଼ ହୋଇଛି । ତେବେ ଏଥିରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି। କେବଳ ଗେଟ୍ ଓ ଏକ ବାଇକ୍ କ୍ଷତିଗ୍ରସ୍ତ ହୋଇଛି । ପୂର୍ବରୁ ଗତ ୩୦ତାରିଖ ରାତିରେ ଫାଙ୍କା ଗୁଳି ଚଳନା ସହ ହତ୍ୟା ଧମକ ହୋଇଥିଲା। ପୌର ଅଧ୍ୟକ୍ଷାଙ୍କ ଜୀବନ ପ୍ରତି ବିପଦ ରହିଛି ତେଣୁ ସେ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି ।
ଗତକାଲି ରାତି ୧ ଟା୩୬ ମିନିଟ ରୁ ୧ ଟା ୪୦ ମିନିଟ ସମୟରେ ବୋମାମାଡ଼ ହୋଇଥିବା ସିସିଟିଭି ଫୁଟେଜ ରୁ ଜଣାପଡ଼ିଛି। ଘର ବାହାରକୁ ଥିବା ପାଚେରୀର କିଛି ଅଂଶ ଭାଙ୍ଗି ଖସି ପଡ଼ିବା ସହିତ ଦୁଇଚକିଆ ଯାନ କ୍ଷୟକ୍ଷତି ହୋଇଛି। ୨ ଟି ବୋମା ଫୁଟିଥିବାବେଳେ ଗୋଟିଏ ଅଫୁଟା ବୋମା ଜବତ ହୋଇଛି । କେହି ଭୟଭୀତ କରିବା ଉଦ୍ଦେଶ୍ୟରେ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ବିଜେଡି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ସୂଚନାଯୋଗ୍ୟ, ମାର୍ଚ୍ଚ ୩୦ ତାରିଖ ମଧ୍ୟ ରାତିରେ ଢେଙ୍କାନାଳ ନବନିର୍ବାଚିତ ନଗରପାଳ ଜୟନ୍ତୀ ପାତ୍ରଙ୍କ ଘର ଉପରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ। ସେମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିଲେ। ସେମାନଙ୍କ ପାଟି ଶୁଣି ଶ୍ରୀମତୀ ପାତ୍ର ତାଙ୍କ ବାଲକୋନିକୁ ଆସି ଦେଖୁଥିବା ବେଳେ ଏହି ଅସାମାଜିକ ଯୁବକମାନେ ତାଙ୍କୁ ଲକ୍ଷ୍ୟ କରି ୫ ରାଉଣ୍ତ ଗୁଳିଚାଳନା କରିଥିଲେ। ଶ୍ରୀମତୀ ପାତ୍ର ଭୟରେ କବାଟ ଦେଇଦେବାରୁ ତାଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିଲା। ଶ୍ରୀମତୀ ପାତ୍ରଙ୍କ ସ୍ବାମୀ ବିଜେପିର ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ରଙ୍କ ନାମ ଉଚ୍ଚାରଣ କରି ଯୁବକମାନେ ଗାଳିଗୁଲଜ କରିବା ସହ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଶ୍ରୀମତୀ ପାତ୍ର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳ ଭଣ୍ଡାର ର ୩୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୨ ଟି ଗେଟ ଖୋଲିଲା । ମୋଟ ୩୦ ଟି ଗେଟ୍ …

Leave a Reply

Your email address will not be published.