Wednesday , May 18 2022
Breaking News
Home / ନିର୍ବାଚନ / ମେୟର ଓ ୬୭ ନବନିର୍ବାଚିତ କର୍ପୋରେଟର ଙ୍କ ଶପଥ ଗ୍ରହଣ – ମଞ୍ଜୁଲତା କହଁର ଡେପୁଟି ମେୟର ନିର୍ବାଚିତ

ମେୟର ଓ ୬୭ ନବନିର୍ବାଚିତ କର୍ପୋରେଟର ଙ୍କ ଶପଥ ଗ୍ରହଣ – ମଞ୍ଜୁଲତା କହଁର ଡେପୁଟି ମେୟର ନିର୍ବାଚିତ

ଭୁବନେଶ୍ୱର,୦୯/୦୪/୨୦୨୨( ଓଡ଼ିଶା ସମାଚାର )- ଆଜି ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ସୁଲୋଚନା ଦାସ ଶପଥ ଗ୍ରହଣ କରିଛନ୍ତି। ବିଏମସି କନଫରେନ୍ସ ହଲ୍ ରେ ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମହିଳା ମେୟର ଭାବେ ସୁଲୋଚନା ଦାସ ଶପଥ ନେଇଛନ୍ତି । ତାଙ୍କ ସହିତ ନବନିର୍ବାଚିତ ୬୭ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି। ଏହାଛଡ଼ା ସେ ସମସ୍ତ ୬୭ ନବନିର୍ବାଚିତ କର୍ପୋରେଟରମାନଙ୍କୁ ଶପଥ ଗ୍ରହଣ କରାଇଛନ୍ତି।
ଏକ ଗଣମାଧ୍ୟମରୁ ଆସି ପ୍ରଥମେ କଂଗ୍ରେସରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ସୁଲୋଚନା ଦାସ ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗ ଦେଇଥିଲେ । ନିଜର ଦୃଢ ସାଙ୍ଗଠନିକ ଦକ୍ଷତା ଲାଗି ବିଜେଡି ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲା । ରାଜ୍ୟ ସରକାର ଭିନ୍ନକ୍ଷମ କମିଶନର ଭାବେ ଦାୟିତ୍ୱ ଦେଇଥିଲେ । ଏବେ ଭୁବନେଶ୍ୱର ମହାନଗର ନିଗମ ର ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ଚଳିତ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ୬୭ଟି ଓ୍ୱାର୍ଡରୁ ବିଜେଡି ୪୮ଟି ଓ୍ୱାର୍ଡରେ ବିଜୟୀ ହୋଇଥିବା ବେଳେ ବିଜେପି ୧୦ ଟା ଏବଂ ସ୍ୱାଧୀନ ୯ରେ ବିଜୟୀ ହୋଇଛନ୍ତି । ୬୭ କର୍ପୋରେଟର୍ଙ୍କ ମଧ୍ୟରୁ ୫୧ଜଣ ପ୍ରଥମଥର ପାଇଁ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଏହି ଶପଥ ଗ୍ରହଣକୁ ନେଇ ବେଶ୍ ଉତ୍ସାହ ରହିଛି। ଏମାନଙ୍କ ମଧ୍ୟରେ ୩୩ଜଣ ମହିଳା ଅଛନ୍ତି, ଯେଉଁମାନେ ପ୍ରଥମଥର ପାଇଁ କର୍ପୋରେସନରେ ସାମିଲ ହୋଇଛନ୍ତ।

ମଞ୍ଜୁଲତା କହଁର

ସେହିପରି ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ହେଲେ ଆଦିବାସୀ ଝିଅ ମଞ୍ଜୁଲତା କହଁର । ଅନ୍ୟ ଦଳର କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମଞ୍ଜୁଲତା । ୨୨ ନମ୍ବର ୱାର୍ଡ କର୍ପୋରେଟର ଭାବେ ସେ ଚଳିତ ପୌର ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି । ଫୁଲବାଣୀରେ ଜନ୍ମିତ ୨୭ ବର୍ଷୀୟା ମଞ୍ଜୁଲତା ଟେଲରିଂ କରନ୍ତି । ଏହାସହ ସେ ଏସଏଚଜି ସଦସ୍ୟା ମଧ୍ୟ ଅଛନ୍ତି । ସେ ସଦସ୍ୟା ଥିବା ଏସଏଚଜି ସଂସ୍ଥାରେ ହଳଦୀ, ପାମ୍ପଡ଼, ଫିନାଇଲ ପ୍ରମୁଖ ସାମଗ୍ରୀ ଉତ୍ପାଦନ କରାଯାଉଛି । ପ୍ରଥମ ଥର ପାଇଁ କର୍ପୋରେଟର ହୋଇଥିବା ମଞ୍ଜୁଲତା ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ପାସ୍ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *