Wednesday , May 18 2022
Breaking News
Home / ନିର୍ବାଚନ / ବାଲିଗୁଡ଼ା ଏନଏସିର ଉପାଧ୍ୟକ୍ଷା ଭାବେ ଶାନ୍ତି ନାୟକ ନିର୍ବାଚିତ

ବାଲିଗୁଡ଼ା ଏନଏସିର ଉପାଧ୍ୟକ୍ଷା ଭାବେ ଶାନ୍ତି ନାୟକ ନିର୍ବାଚିତ

ବାଲିଗୁଡା,୦୭/୦୪/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସିର ଉପାଧ୍ୟକ୍ଷା ଭାବେ  ବିଜୁ ଜନତା ଦଳରୁ ପ୍ରାର୍ଥିନୀ ହୋଇଥିବା ଶାନ୍ତି ନାୟକ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି । ଶାନ୍ତିଙ୍କ ପ୍ରସ୍ତାବକ ଭାବେ ବିଭୂତି ଭୂଷଣ ଲହରିଆ ଥିବା ବେଳେ ପଦ୍ମାଳୟା ନାୟକ ସମର୍ଥକ ଭାବେ  ଥିଲେ । ଶାନ୍ତି ନାୟକ ବିଜେଡି ବାଲିଗୁଡା ୫ ନଂ.କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ବିଜୟୀ ହେବା ପରେ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ, ମନ୍ତ୍ରୀ ତଥା ଜିଲ୍ଲା ପ୍ରଭାରୀ ପ୍ରତାପ ଜେନା, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ବାଲିଗୁଡା ବ୍ଳକ ବିଜେଡି ସଭାପତି ଟୁନା ଦାସ ଓ ଅନ୍ୟମାନଙ୍କୁ କୃତଜ୍ଞତା ଜଣାଇବା ସହ ବାଲିଗୁଡା ଏନଏସିର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ତାଙ୍କର ଏହି ବିଜୟର ଶ୍ରେୟ ସେ ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାସଙ୍କୁ ଦେଇଛନ୍ତି ।  ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସେ ବିଶେଷ କରି ମହିଳାମାନଙ୍କ ବିକାଶ ଦିଗରେ ପ୍ରାଧାନ୍ୟ ଦେବେ । ବିଜେଡି ମହିଳା ସଙ୍ଗଠନ ଯେପରି ଶକ୍ତିଶାଳୀ ଓ ମଜଭୁତ ହେବ ସେନେଇ ସେ ଉଦ୍ୟମ  କରିବେ । ଉପାଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବାପରେ ଶାନ୍ତିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଓଡିଶା ସମାଚାର

About admin

Check Also

ଭାଗବତ ଟୁଙ୍ଗି ରେ ଭଗବତ ଆଲୋଚନା ଓ ଭଜନ ସନ୍ଧ୍ୟା

 ନିଶ୍ଚିନ୍ତକୋଇଲି, ୧୮/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା)- ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରି ପଞ୍ଚାୟତ ଦାମୋଦରପୁର ଠାରେ ସ୍ଥାପିତ ଭାଗବତ ଟୁଙ୍ଗି ପରିସରରେ …

Leave a Reply

Your email address will not be published. Required fields are marked *