Friday , July 1 2022
Breaking News
Home / ସ୍ୱାସ୍ଥ୍ୟ / ୩ ଜଣ ଶିଶୁ ଙ୍କ ସମେତ ୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ

୩ ଜଣ ଶିଶୁ ଙ୍କ ସମେତ ୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର ୦୭/୦୪/୨୦୨୨( ଓଡ଼ିଶା ସମାଚାର )- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୧୧ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ସଂକ୍ରମିତ ଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩ ଜଣ ଶିଶୁ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୭ ଜଣ, ସମ୍ବଲପୁର ରୁ ୪ ଜଣ, ମୟୂରଭଞ୍ଜରୁ ୩ ଜଣ, ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଁଏ, ଅନୁଗଳ, ବାଲେଶ୍ବର, ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍ ରୁ ୨ ଜଣ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତ ଙ୍କ ସଂଖ୍ୟା ୧୨୮୭୮୦୧ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟରରେ ସୂଚନା ଦିଆଯାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଂଟା ମଧ୍ୟରେ କରୋନା ଜନିତ ମୃତ୍ୟୁ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ । କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧୨୧ ରେ ପହଂଚିଥିବାବେଳେ ୫୩ଜଣ କରୋନା ସଂକ୍ରମିତ ଙ୍କର ଅନ୍ୟ ରୋଗରେ ମୃତ୍ୟୁ ହୋଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୮୦୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୨୭୮୪୧୯ ଜଣ ସୁସ୍ଥ ହୋଇଛନ୍ତି । କରୋନା ଜନିତ ମୃତ୍ୟୁ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ । କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧୨୧ ରେ ପହଂଚିଥିବାବେଳେ ୫୩ଜଣ କରୋନା ସଂକ୍ରମିତ ଙ୍କର ଅନ୍ୟ ରୋଗରେ ମୃତ୍ୟୁ ହୋଇଛି । ଆଉ  ୨୦୮ ଜଣ ସକ୍ରୀୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୩୦୮୪୨୬୨୩ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

କଟକ ଵଡ ଡାକ୍ତରଖାନାର ଵର୍ଣ୍ଣ ୟୁନିଟ୍ ରେ ନାହିଁ ଆଇସିୟୁ , ବିଭିନ୍ନ ବିଭାଗର ବିଶେଷଜ୍ଞ ପ୍ରଫେସର ପଦବୀ ଖାଲି,ଵଦଳିଲା ରିମାଟୋଲୋଜି ଵିଭାଗର ନାଁ

କଟକ ସଦର, ୨୯/୬/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ରାଜ୍ୟ ସରକାରଙ୍କ ପକ୍ଷରୁ କଟକ ଏସସିଵି ଵଡ ଡାକ୍ତରଖାନାକୁ ବିଶ୍ୱସ୍ତରୀୟ କରିଵାକୁ …

Leave a Reply

Your email address will not be published. Required fields are marked *