Wednesday , May 18 2022
Breaking News
Home / ନିର୍ବାଚନ / ସିଏମସି ଉପ ମେୟର ନିର୍ବାଚନ: ଵସ୍ତିରୁ ଶ୍ରେଣୀ କକ୍ଷ ସେଠାରୁ କାଉନସିଲ ହଲକୁ ଗଲେ ଆଦିବାସୀ ଝିଅ ଦମୟନ୍ତୀ ମାଝୀ

ସିଏମସି ଉପ ମେୟର ନିର୍ବାଚନ: ଵସ୍ତିରୁ ଶ୍ରେଣୀ କକ୍ଷ ସେଠାରୁ କାଉନସିଲ ହଲକୁ ଗଲେ ଆଦିବାସୀ ଝିଅ ଦମୟନ୍ତୀ ମାଝୀ

କଟକ ସଦର, ୦୭/୦୪/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ସଵୁ କଳ୍ପନା ଜଳ୍ପନାର ଅଵସାନ ଘଟିଛି।ଚୈଦ୍ୱ।ର – କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାନଦୀ କୂଳରେ ଥିବା ଜଗତପୁର ବାଲିସାହି ଆଦିବାସୀ ଵସ୍ତି ୪୯ ନଂ ୱ।ର୍ଡର ସର୍ଵ କନିଷ୍ଠା ୨୧ ଵର୍ଷ ୮ ମାସ ବୟସ୍କା ଉଚ୍ଚ ଶିକ୍ଷିତା ଦମୟନ୍ତୀ ମାଝି ହେଲେ କଟକ ମହାନଗର ନିଗମର ଵିଜେଡି ଉପ ମେୟର।ତାଙ୍କ ନାମକୁ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ଘୋଷଣା କରିଥିଲେ। ଦମୟନ୍ତୀ ରେଭେନ୍ସା ବିଶ୍ଵବିଦ୍ୟାଳୟ ଏମ୍ କମ୍ ଶେଷ ଵର୍ଷର ଛାତ୍ରୀ ଅଟନ୍ତି। ଦମୟନ୍ତୀ ଙ୍କ ଵାପା ନଥିଵା ଵେଳେ ମା ଦିନ ମଜୁରୀଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି। ଦମୟନ୍ତୀ ଉଚ୍ଚ ଶିକ୍ଷିତା ହୋଇଥିଵାରୁ ଵସ୍ତିର ପିଲାମାନଙ୍କୁ‌ ପଢାପଢି ପାଇଁ ପ୍ରୋତ୍ସାହିତ କରିଵା ସହିତ ଵସ୍ତିର ମୈ।ଳିକ ସମସ୍ୟାଗୁଡ଼ିକ ର ସମାଧାନ ଦିଗରେ ଉଦ୍ୟମ କରିଥାଆନ୍ତି।ଡେପୁଟି ମେୟର ନିର୍ବାଚିତ ହେବା ପରେ ସିଏମସି ଅଞ୍ଚଳରେ ଥିବା ସମସ୍ତ ବସ୍ତିବାସିନ୍ଦା ଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରି ସ୍ଥାନୀୟ ମୈ।ଳିକ ସମସ୍ୟା କିଭଳି ଦୂର ହେଵ ତାହା ମୋର ପ୍ରଥମ ଲକ୍ଷ ହେଵ ଵୋଲି ଦମୟନ୍ତୀ କହିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଥମ ଥର ଲାଗି ରେଭେନ୍ସା ବିଶ୍ଵବିଦ୍ୟାଳୟ ର ଅଧ୍ୟୟନରତ ଛାତ୍ରୀ ଦମୟନ୍ତୀ ମାଝୀ ଜନପ୍ରତିନିଧି ଭାବେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *