ମାଡ଼ମାରୀ ଆହତ କରିବା ପରେ ଗୋଡ଼ରେ ବେଡ଼ି ପକାଇ ହସପିଟାଲ ରେ ଭର୍ତି କରିଛନ୍ତି
ନୀଳଗିରୀ, ୦୭/୦୪/୨୦୨୨( ଓଡ଼ିଶା ସମାଚାର )- ନୀଳଗିରୀ ଥାନା ପୋଲିସ ମାନବିକ ଅଧିକାର ଉଲଂଘନ କରି ଜଣେ ସାମ୍ବାଦିକଙ୍କୁ ଏକ ମିଥ୍ୟା ଅଭିଯୋଗ ଆଣି ମାଡ଼ମାରି ଆହତ କରିବା ପରେ ଗୋଡ଼ରେ ବେଡ଼ି ପକାଇ ଚିକିତ୍ସା ପାଇଁ ହସପିଟାଲ ରେ ଭର୍ତି କରିଛି । ପୋଲିସ ର ଏଭଳି କାର୍ଯ୍ୟ କୁ ସମଗ୍ର ରାଜ୍ୟର ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିବାବେଳେ ମାନବିକ ଅଧିକାର କମିଶନ୍ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମତ ପ୍ରକାଶ ପାଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଧେଶକ ତୁରନ୍ତ ନିଜଆଡ଼ୁ ଏହାକୁ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।
ମିିଳିଥିବା ସୂଚନା ଅନୁଯାୟୀ ନୀଳଗିରୀ ର ସମ୍ବାଦ ଖବର କାଗଜ ଓ କନକ ନ୍ୟୁଜର ପ୍ରତିନିଧି ଲୋକନାଥ ଦଳେଇ ଙ୍କ ପ୍ରତି ନୀଳଗିରୀ ଥାନା ଆଇଆଇସି ନିଜ ପଦବୀର ଅପବ୍ୟବହାର କରି ଦ୍ରୌପଦୀ ଦାସ ଏଭଳି ଆଚରଣ ପ୍ରଦର୍ଶନ କରିଛନ୍ତି । ସ୍ଥାନୀୟ ବିଧାୟକ ଏହାର ନିନ୍ଦା କରିଛନ୍ତି । ରାଜ୍ୟବ୍ୟାପୀ ସାମ୍ବାଦିକମାନେ ଏହି ଘଟଣାର ପ୍ରତିବାଦ କରିବାକୁ ଆଗେଇ ଆସନ୍ତୁ । ଓଡ଼ିଶା ସମାଚାର
