Friday , July 1 2022
Breaking News
Home / ଶିକ୍ଷା / ଚିତ୍ରୋତ୍ପଳା ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ 

ଚିତ୍ରୋତ୍ପଳା ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ 

ଗରଦପୁର,୦୭/୦୪/୨୦୨୨( ଓଡ଼ିଶା ସମାଚାର )-ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆସ୍ଥିତ ଚିତ୍ରୋତ୍ପଳା ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । କଲେଜର ଜାତୀୟ ସେବା ସଂସ୍ଥା ଏବଂ ରେଡକ୍ରସ୍ ୟୁନିଟ୍ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ନିର୍ମଳେନ୍ଦ୍ର କୁମାର ମଲ୍ଲିକ ସଭାପତିତ୍ୱ କରି ସ୍ୱାସ୍ଥ୍ୟ ହିଁ ସମ୍ପଦ, ତେଣୁ ସମସ୍ତେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବାକୁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଉର୍ବଶୀ ଜେନା, ଅଧ୍ୟାପକ ବିଭୂତି ଭୂଷଣ ମଲ୍ଲିକ ଯୋଗଦେଇ ଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ଟିପ୍ସ୍ ଦେଇଥିଲେ । ରେଡକ୍ରସ କାଉନସିଲର ଅଧ୍ୟାପକ ଅନାଦି ଚରଣ ବେଉରା ପ୍ରାରମ୍ଭିକ ସୂଚନାକ୍ରମରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିବାବେଳେ ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଫିସର ତୁଳସୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ରଜଧାନୀରେ ପୁଣି କରୋନା କଟକଣା ଲାଗିଲା

ଭୁବନେଶ୍ୱର, ୩୦/୬/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ । ଦୈନିକ ସଂକ୍ରମଣ ସଂଖ୍ୟା ଏକ ସଂଖ୍ୟାରୁ ବଢ଼ି …

Leave a Reply

Your email address will not be published. Required fields are marked *