Tuesday , August 16 2022
Breaking News
Home / ତାଜା ଖବର / ଭିଜିଲାନ୍ସ ଜାଲରେ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ କନିଷ୍ଠ କିରାଣୀ

ଭିଜିଲାନ୍ସ ଜାଲରେ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ କନିଷ୍ଠ କିରାଣୀ

ଶିକ୍ଷୟିତ୍ରୀ ଙ୍କ ମେଡିସିନ ବିଲ୍ ପାସ ପାଇଁ  ୫ ହଜାର ଟଙ୍କା ଲାଂଚ ନେଉଥିଲେ

ଭୁବନ,୦୬/୦୪/୨୦୨୨( ଓଡ଼ିଶା ସମାଚାର )- ଭୁବନ ଗୋଷ୍ଠୀଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟର ଜନୈକ କନିଷ୍ଠ କିରାଣୀ ଜଣେ ଶିକ୍ଷୟିତ୍ରୀଙ୍କର ମେଡିସିନ ବିଲ୍ ପାସ କରାଇଦେବା  ପାଇଁ  ୫ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିବା ଘଟଣା ସ୍ଥାନୀୟ ଅଂଚଳରେ ମୁଖ୍ୟ ଚର୍ଚ୍ଚା ଓ ଆଲୋଚନାର ବିଷୟ ହୋଇଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ ,ଭୁବନ ଏନଏସି ଅନ୍ତର୍ଗତ ଭିତର ଦିଗ ପଟଣା ଉପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଚିତ୍ରା ହୋତା ପ୍ରାୟ ୨୦ ଲକ୍ଷଟଙ୍କା ଖର୍ଚ୍ଚକରି ସୁଦୂର ବାଙ୍ଗାଲୋରରେ ଗତ ୨୦୧୮ ମସିହାରେ ତାଙ୍କର ବ୍ରେନ ଟ୍ୟୁମର ଅପରେଶନ କରାଇଥିଲେ । ସଂପୂର୍ଣ୍ଣ ସୁସ୍ଥହେବା ପରେ ଶ୍ରୀମତୀ ହୋତା ପୁନଶ୍ଚ କାର୍ଯ୍ୟରେ ଯୋଗ ଦେଇଥିଲେ । ସରକାରଙ୍କ ତରଫରୁ ସାହାଯ୍ୟ ମିଳୁଥିବାଜାଣି ସେ ମାତ୍ର ୧ ଲକ୍ଷ ୧୦ ହଜାରଟଙ୍କାର ମେଡିସିନ ବିଲ ପାଇବାକୁ ଗତ ଅକ୍ଟୋବର ୨୦୨୧ ରେ ଗୋଷ୍ଠୀଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ପ୍ରାୟ ୧୫/୨୦ ଥର ଧାଁ ଦଉଡ କଲାପରେ ଗତ ମାର୍ଚ୍ଚ ୨୦୨୨ ରେମାତ୍ର ୨୭ ହଜାର ଟଙ୍କାର ବିଲ ହୋଇଥିଲା  । ଏହି ବିଲ ପାସ କରାଇବାକୁ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟର ବରିଷ୍ଠକିରାଣୀ ଗଣେଶ୍ୱର ପୃଷ୍ଟି ୫ ହଜାର ଟଙ୍କା ଦାବି କରିଥିଲେ । ଶିକ୍ଷୟିତ୍ରୀ ଶ୍ରୀମତୀ ହୋତା ଅନିଚ୍ଛାସତ୍ୱେ ଟଙ୍କା ଦେବାକୁ ରାଜିହେବାରୁ କନିଷ୍ଠ କିରାଣୀ ବିଭୁ ପ୍ରସାଦ ବେହେରାଙ୍କୁ ଦେବାକୁ କହିଥିଲେ ବରିଷ୍ଠ କିରାଣୀ । ବିଭୁଙ୍କୁ ଯୋଗାଯୋଗ କରିବାରୁ ସେ ଅତ୍ୟନ୍ତ ଅଭଦ୍ର ଓ ରୁକ୍ଷ ବ୍ୟବହାର କରିଥିଲେ । ଏହି ଘଟଣାରେ ଉତକ୍ଷିପ୍ତ ହୋଇ ଶିକ୍ଷୟିତ୍ରୀ ଶ୍ରୀମତୀ ହୋତାଙ୍କ ସ୍ୱାମୀ ବିଶିଷ୍ଟ ସମାଜସେବୀ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ ଜଗବନ୍ଧୁ ଜରାଶ୍ରମ ’ ର ସଂପାଦକ ଆଶୁତୋଷ ମିଶ୍ର କଟକ ସ୍ଥିତ ଭିଜିଲାନ୍ସ ଏସ.ପି ଅକ୍ଷୟ କୁମାର ମିଶ୍ର ଙ୍କ ସହ ଯୋଗାଯୋଗ କରିଥିଲେ । ଏସ.ପି ଙ୍କ ନିର୍ଦ୍ଧେଶକ୍ରମେ ଢେଙ୍କାନାଳ ଭିଜିଲାନ୍ସ ୟୁନିଟ ଇନ୍ସପେକ୍ଟର ଅନିରୁଦ୍ଧ ନାୟକ ସଦଳବଳେ ଆଜି ଭୁବନ ଆସି ଜାଲ ବିଛାଇଥିଲେ । ମଧ୍ୟାହ୍ନ ୧୨.୪୦ ମିନିଟ ସମୟରେ ଶ୍ରୀମତୀ ହୋତା ପଇସାନେବାକୁ କନିଷ୍ଠକିରାଣୀଙ୍କୁ ଡାକିବାରୁ ସେ ଅଫିସବାହାରକୁ ଆସି ଶିକ୍ଷୟିତ୍ରୀଙ୍କ ଠାରୁ ୫ ହଜାର ଟଙ୍କା ନେଉଥିବାବେଳେ ପୂର୍ବରୁ ଛକିରହିଥିବା ଭିଜିଲାନ୍ସ ଟିମ୍ ସଂପୃକ୍ତ କିରାଣୀଙ୍କୁ କାବୁ କରିଥିଲେ । ସଂପୃକ୍ତ କିରାଣୀ ଙ୍କ ଘର ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ବରଦା ଗ୍ରାମରେ ବୋଲି ଜଣାପଡିଛି ।  ପରେ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ଅଫିସକୁ ଯାଇ ବିଭିନ୍ନ ଫାଇଲ ପତ୍ର ତନଖି କରିଥିଲେ ଓ କନିଷ୍ଠକିରାଣୀଙ୍କୁ ସଙ୍ଗରେ ନେଇ ଯାଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳ ଭଣ୍ଡାର ର ୩୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୨ ଟି ଗେଟ ଖୋଲିଲା । ମୋଟ ୩୦ ଟି ଗେଟ୍ …

Leave a Reply

Your email address will not be published.