ଭୁବନ,୦୬/୦୪/୨୦୨୨( ଓଡ଼ିଶା ସମାଚାର )- ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ଛାତ୍ରୀମାନଙ୍କର ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ କୁମାର ବେହେରା ଅନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । ପ୍ରଶିକ୍ଷାର୍ଥୀ (ଟ୍ରେନର) ଭାବେ ଅମ୍ରିତା ସାହୁ ଯୋଗଦେଇ ଶତାଧିକ ଛାତ୍ରୀମାନଙ୍କୁ ଜୁଡୋ,କରାଟେ ଇତ୍ୟାଦି ଶିକ୍ଷା ଦେଇଥିଲେ । ଅଧ୍ୟାପକ ପ୍ରଭାତ କୁମାର ଜେନା ,ବରିଷ୍ଠ କିରାଣୀ କୈଳାସ ଚନ୍ଦ୍ର ବେହେରା ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ । ଓଡ଼ିଶା ସମାଚାର
