Tuesday , August 9 2022
Breaking News
Home / ବିଶେଷ / ନବ ବଧୁର ହତ୍ୟା ଅଭିଯୋଗ , ଥାନାରେ ମାମଲା

ନବ ବଧୁର ହତ୍ୟା ଅଭିଯୋଗ , ଥାନାରେ ମାମଲା

ଗରଦପୁର,୦୫/୦୪/୨୦୨୨( ଓଡ଼ିଶା ସମାଚାର )- ପାଟକୁରା ଥାନା ଅନ୍ତର୍ଗତ ନଡ଼ିଆବରେଇ ପଂଚାୟତସ୍ଥିତ ଓସ୍ତପୁର ଗ୍ରାମର ଅବକାଶ ସାମଲ ଙ୍କ ନବ ବିବାହିତା ପତ୍ନୀ ପ୍ରଜ୍ଞାଶ୍ରୀ ରାଉତରାୟ (୨୩) ଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ପ୍ରଜ୍ଞାଶ୍ରୀ ଙ୍କ ପିତା ଦିଲିପ କୁମାର ରାଉତ ଙ୍କ ଅଭିଯୋଗ କ୍ରମେ ପାଟକୁରା ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଅନୁସନ୍ଧାନ ଜାରି ରହିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ କରିଲୋପାଟଣା ଗ୍ରାମର ଦିଲିପ କୁମାର ରାଉତରାୟଙ୍କ ସାନ ଝିଅ ପ୍ରଜ୍ଞା ଶ୍ରୀ ଗତ ୫.୫.୨୦୨୧ ତାରିଖ ରେ ନିକଟସ୍ଥ ଓସ୍ତପୁର ଗ୍ରାମର ବ୍ରଜବନ୍ଧୁ ସାମଲ ଙ୍କ ଏକମାତ୍ର ପୁତ୍ର ଅବକାଶ ସାମଲ ଙ୍କୁ ବୈଦିକମତେ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ସମୟରେ ନଗଦ ୮ ଲକ୍ଷ ଟଙ୍କା , ସୁନା ଚେନ୍ , ମୁଦି , ହାର , ଶଙ୍ଖା, ବାହୁଟି , କାନଫୁଲ ସମେତ ୪୦୦ ଗ୍ରାମ ର ସୁନା ଅଳଙ୍କାର ପ୍ରଦାନ କରାଯାଇଥିଲା । ଏଥି ସହିତ ବାସନ କୁସନ , ଫ୍ରିଜ୍ , ଏସି ଓ ଅନ୍ୟାନ୍ୟ ଉପକରଣ ଉପହାର ଆକରରେ ପ୍ରଦାନ କରାଯାଇଥିଲା । ବିବାହ ପରେ ଶାଶୁ ଘରେ କିଛି ଦିନ ସବୁ କିଛି ଠିକ୍ ଠାକ୍ ଚାଲିଥିଲା । ଝିଅକୁ ପ୍ରଭାବିତ କରି ଜ୍ୱାଇଁ ଅବକାଶ ବିବାହ ପରେ ମଧ୍ୟ ଅନେକ ଥର ଟଙ୍କା ନେଉଥିଲା । ଏପରିକି ବାରମ୍ବାର ଆସବାବପତ୍ର କିଣିବା , ଘର ନିର୍ମାଣ କରିବା , ବ୍ୟବସାୟ ସମ୍ପ୍ରସାରଣ କରିବାକୁ ଦାବି କରି ଝିଅ ମାଧ୍ୟମରେ ନୀୟମିତ ଭାବେ ଅବକାଶ ଟଙ୍କା ନେଉଥିଲା । ଏଥିରେ ଅତିଷ୍ଟ ହୋଇ ଟଙ୍କା ଦେବାକୁ ଅସମର୍ଥତା ବାପଘର ତରଫରୁ ପ୍ରକାଶ କରାଯାଇଥିଲା । ଫଳରେ ଜ୍ୱାଇଁ ଅବକାଶ ପ୍ରତିକ୍ରିୟାଶିଳ ହୋଇ ପ୍ରଜ୍ଞାଶ୍ରୀ ଙ୍କୁ ନିର୍ଯ୍ୟାତନା ଦେଉଥିଲା । ବିଭିନ୍ନ ଲାଂଛନା ମୂଳକ କଥା କହିବା ସହିତ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିଲା । ତାଙ୍କ ପରିବାରର ଶାଶୁ ,ଶ୍ୱଶୁର, ବିବାହିତା ନଣନ୍ଦ ନଣନ୍ଦେଇ ମଧ୍ୟ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଖାଇବା ପିଇବାରେ କଟକଣା ଓ ପ୍ରଜ୍ଞା ଅନେକ ଥର ଉପବାସ ରହୁଥିଲା । ପ୍ରଜ୍ଞା ଙ୍କ ପିତା ଦିଲିପ କେତେବାର ଝିଅ ଘରକୁ ଆସି ବୁଝାସୁଝା କରି ଯାଇଥିଲେ । ହେଲେ ପ୍ରଜ୍ଞାଶ୍ରୀ ଙ୍କ ଉପରେ ନିର୍ଯ୍ୟାତନା କମିନଥିଲା । ଗତ କାଲି ଅପରାହ୍ନ ୩ ଟାରେ ଝିଅ ଅସୁସ୍ଥ ରହି କେନ୍ଦ୍ରାପଡ଼ା ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ଖବର ପ୍ରଜ୍ଞାଶ୍ରୀ ଙ୍କ ବାପା ଦିଲିପ ଙ୍କ ନିକଟରେ ପହଂଚିଥିଲା । ଖବର ପାଇବା ମାତ୍ରେ ଦିଲିପ କେନ୍ଦ୍ରାପଡ଼ା ମେଡ଼ିକାଲ ରେ ପହଂଚି ତାଙ୍କ ଝିଅ ପ୍ରଜ୍ଞାଶ୍ରୀ ମରିପଡ଼ିଥିବା ଦେଖିଥିଲେ । ଝିଅ ପ୍ରଜ୍ଞାଶ୍ରୀ ବେକରେ ଗଭୀର ଦାଗ ଥିବା ଦେଖବଥିଲେ । ତାଙ୍କ ଝିଅକୁ ମାରିଦେଇଥିବା ଅଭିଯୋଗ କରିଥିଲେ । ପାଟକୁରା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ପାଟକୁରା ପୋଲିସ ଏକ ମାମଲା ରୁଜୁ କରିବା ସହିତ କେନ୍ଦ୍ରାପଡ଼ାରେ ପହଂଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ । ଶବ ବ୍ୟବଛେଦ ପରେ ଶବ ନେବାକୁ ଶାଶୁଘର ଲୋକ କେହି ଉପସ୍ଥିତ ନଥିଲେ । ଫଳରେ ପ୍ରଜ୍ଞାଶ୍ରୀଙ୍କ ବାପଘର ଲୋକ ଶବ ଆଣି କରିଲୋପାଟଣା ଗ୍ରାମରେ ସତକାର କରିଛନ୍ତି । ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ସ୍ୱାମୀ, ଶ୍ୱଶୁର, ଶାଶୁ, ନଣନ୍ଦ, ନଣନ୍ଦେଇ ଫେରାର ହୋଇ ଯାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.