Tuesday , August 9 2022
Breaking News
Home / ବିଶେଷ / ସାରସ୍ୱତ ସମାବେଶ ଓ ପୁସ୍ତକ ଉନ୍ମୋଚନ

ସାରସ୍ୱତ ସମାବେଶ ଓ ପୁସ୍ତକ ଉନ୍ମୋଚନ

ମାହାଙ୍ଗା, ୦୪/୦୪/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା ) – ବଡ଼ଚଣା ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ବାଲିଚନ୍ଦ୍ରପୁର ରବୀନ୍ଦ୍ର ମଣ୍ଡପ ପରିସରରେ ଏକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥଙ୍କ ଗବେଷକ ତଥା ପ୍ରବଚକ ପଣ୍ଡିତ ହୃଷିକେଶ ରଥ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ସାରସ୍ୱତ ସମାବେଶକୁ ଉଦଘାଟନ କରିଥିଲେ । ସମକାଳୀନ ଓଡ଼ିଆ ସାହିତ୍ୟର ଅନ୍ୟତମ ସ୍ରଷ୍ଟା କବି ଭକ୍ତ ଚରଣ ସାହୁଙ୍କ କବିତା ସଂକଳନ “କବିତା ପଦେ ପଦେ” କୁ ମଂଚାସୀନ ଅତିଥି ମାନେ ଉନ୍ମୋଚନ କରିଥିଲେ । ଏହି କାର୍ୟ୍ୟକ୍ରମରେ ଇଂଗ୍ରାଜୀ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ କବି ଯତୀନ୍ଦ୍ର ରାଉତ ସଭାପତିତ୍ୱ କରିଥିଲେ । ଉତ୍ସବରେ ମୁଖ୍ୟବକ୍ତା ଭାବରେ ରାଜ୍ୟ ଗାନ୍ଧୀ ସ୍ମାରକନିଧିର ସମ୍ପାଦକ ଜୟନ୍ତ କୁମାର ଦାସ ଯୋଗଦେଇ ଓଡ଼ିଆ ସାହିତ୍ୟର ଭବିଷ୍ୟତ ଉଜ୍ଜ୍ୱଳମୟ ବୋଲି ମତବ୍ୟକ୍ତ କରିଥିଲେ । ଆୟୋଜିତ ସାରସ୍ୱତ ମଞ୍ଚରେ ଶିଶୁ ସାହିତ୍ୟିକ ଡକ୍ଟର ବସନ୍ତ କିଶୋର ସାହୁ, ବୌଦ୍ଧ ଗବେଷକ ଡକ୍ଟର ହରିଶ ଚନ୍ଦ୍ର ପୃଷ୍ଟି, ସାହିତ୍ୟିକ ସାରଦା ମିଶ୍ର, ଡକ୍ଟର ଭୁବନାନନ୍ଦ ସାହୁ, ଡକ୍ଟର ଅମରେନ୍ଦ୍ର ମହାନ୍ତି, ମାସୁଦ ଅଲ୍ଲୀ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ସାହିତ୍ୟିକ ଅଖିଳେଶ ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ବେତାର କଣ୍ଠଶିଳ୍ପୀ ଅଜୟ ଜେନା ଅବାହନୀ ସଂଗୀତ ଗାନ କରିଥିଲେ । “ମଣିଷର ପ୍ରକୃତ ବଂଧୁ ପୁସ୍ତକ” ଶୀର୍ଷକଏକ ଆଲୋଚନା ଚକ୍ରରେ ବହୁ ସାହିତ୍ୟିକ ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ବହି ମନସ୍କ ହେବାକୁ ଆହ୍ୱାନ ଦେଇଥିଲେ । ମାହାଙ୍ଗା ଓ ବଡ଼ଚଣା ଅଂଚଳର ବହୁ ଯଶସ୍ବୀ ବ୍ୟକ୍ତି ମାନଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.