Saturday , August 13 2022
Breaking News
Home / ତାଜା ଖବର / ପଳାଶୁଣିରେ ଦୁର୍ଘଟଣା , ଜଣେ ମୃତ , ରାସ୍ତା ଜାମ୍

ପଳାଶୁଣିରେ ଦୁର୍ଘଟଣା , ଜଣେ ମୃତ , ରାସ୍ତା ଜାମ୍

ଭୁବନେଶ୍ବର ୦୪/୦୪/୨୦୨୨( ଓଡ଼ିଶା ସମାଚାର )- ରାଜଧାନୀ ଉପକଂଠ ପଳାଶୁଣିରେ ସଡକ ଦୁର୍ଘଟଣା ଘଟି ଦୀର୍ଘ ୫ ଘଂଟା ହେଲା ଜାତୀୟ ରାଜପଥ ରାସ୍ତା ବନ୍ଦ ରହିବା ଫଳରେ ଅସମ୍ଭବ ଭିଡ଼ । ଏକ କାରକୁ ପଛପଟରୁ ପିଟିଲା ଏକ ଟ୍ରକ୍  । ଏହି ଦୁର୍ଘଟଣାରେ କାର ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ରୁ ଭିଡ଼ ହଟାଇ ଘଟଣାର ଛାନ୍ ଭିନ୍ ଆରମ୍ଭ କରିଛି  । ମିଳିଥିବା ସୂଚନା ଅନୁସାରେ ସୋମବାର ଦିନ ସକାଳ ସମୟରେ ପଳାଶୁଣି ଛକରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ସିରିଜି୍ ଦୁର୍ଘଟଣା ଘଟାଇଛି । ଟ୍ରକ୍ ଟି ଏକ କାର୍ କୁ ପଛ ପଟୁ ଧକ୍କା ଦେଇଥିଲା  , ଏହାପରେ ଏକ ବାଇକ୍ କୁ ମଧ୍ୟ ଧକ୍କା ଦେଇଥିଲା । ଏହି ସିରିଜ୍ ଦୁର୍ଘଟଣାରେ କାର୍ ଟି ସଂପୂର୍ଣ୍ଣ ଭାଙ୍ଗି ଚୁର୍ମାର ହୋଇଯାଇଥିବା ବେଳେ ପଲ୍ସର ବାଇକ୍ ମଧ୍ୟ ଭାଙ୍ଗିଯାଇଛି । ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି । ଦୁର୍ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ  ପଠାଇଛି । ଦୁର୍ଘଟଣା ପରେ ଦୀର୍ଘ ୫ ଘଂଟା  ଧରି ରାସ୍ତାଘାଟ ଜାମ୍ ହୋଇଥିଲା । ଫଳରେ ଗାଡ଼ି ମୋଟର ଉଭୟ ପାଶ୍ୱର୍ରେ ଅଟକି ରହିଥିଲା । ଲୋକମାନଙ୍କ ଯିବାଆସିବାରେ ଅସୁବିଧା ସୃଷ୍ଟି ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ବାପର ଟାଙ୍ଗିଆ ଚୋଟ ରେ ପୁଅର ମୃତ୍ୟୁ

ରାଜଗାଙ୍ଗପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ନୃଶଂସ ବାପର ଟାଙ୍ଗିଆ ଚୋଟ ରେ ପୁଅର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ …

Leave a Reply

Your email address will not be published.