Thursday , June 30 2022
Breaking News
Home / ଶିକ୍ଷା / ଚମେଲୀ ଦେବୀ ମହିଳା ମହାବିଦ୍ୟାଳୟ ରେ ବାଳିକା ଆତ୍ମ ସୁରକ୍ଷା ଶିବିର ଉଦଯାପିତ

ଚମେଲୀ ଦେବୀ ମହିଳା ମହାବିଦ୍ୟାଳୟ ରେ ବାଳିକା ଆତ୍ମ ସୁରକ୍ଷା ଶିବିର ଉଦଯାପିତ

ଜୁନାଗଡ଼,୦୪/୦୪/୨୦୨୨( ଓଡ଼ିଶା ସମାଚାର/ ରାକେଶ ବେମାଲ )- ଜୁନାଗଡ଼ ଚମେଲୀ ଦେବୀ ମହିଳା ମହାବିଦ୍ୟାଳୟ ଠାରେ ଆୟୋଜିତ ବାଳିକା ଆତ୍ମ ସୁରକ୍ଷା ଶିବିର ଉଦଯାପିତ ହେଇଯାଇଛି । କଲେଜର ଅଧ୍ୟକ୍ଷା ପ୍ରିୟମଞ୍ଜରୀ ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସର୍ବ ମଙ୍ଗଳା ଉଚ୍ଚ ମହା ବିଦ୍ୟାଳୟ ଅଧ୍ୟକ୍ଷ ଜୟନ୍ତ ଜେନା ଯୋଗ ଦେଇଥିବା ବେଳେ ଅତିଥି ଭାବେ ସାମ୍ବାଦିକ ରାକେଶ କୁମାର ବେମାଲ ଯୋଗ ଦେଇଥିଲେ । ଅଧ୍ୟାପକ ବିଶ୍ୱ ପତି ମୁଣ୍ଡ କାର୍ୟ୍ୟକ୍ରମ କୁ ସଂଯୋଜନା କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଅଧ୍ୟାପକ ରୁଦ୍ର ନାରୟଣ ବେହେରା ଅତିଥି ପରିଚୟ ପ୍ରଦାନ ଓ ଅଧ୍ୟାପିକା ସସ୍ମିତା ମୁଣ୍ଡ ଶିବିରର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କାରିଥିଲେ । ପ୍ରଶିକ୍ଷିକା ଜଳି ପରାଭୋଇ ଓ ଅଞ୍ଜନା ବିଷି ୧୨୮ ଜଣ ଛାତ୍ରୀ ଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଖେଳ ଶିକ୍ଷକ ଦୁର୍ଗା ଶଙ୍କର ସିଂଙ୍କ ତତ୍ୱାବଧାନରେ ଛାତ୍ରୀ ମାନେ ସଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ । ଅଧ୍ୟାପିକା ନଳିନୀ ପ୍ରଭା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଶିଶୁମନ୍ଦିରରେ ସଙ୍କୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ

ଭୁବନ,୨୮/୬/୨୦୨୨(ଓଡ଼ିଶା ସମାଚାର)- ଭୁବନ ସରସ୍ୱତୀ ଶିଶୁମନ୍ଦିରେ ସୋମବାର ସନ୍ଧ୍ୟାରୁ   ଆରମ୍ଭ ହୋଉଥିବା ୪ ଦିନିଆ ସଙ୍କୁଳ ଆଚାର୍ଯ୍ୟ କର୍ମଶାଳା ଆଜି …

Leave a Reply

Your email address will not be published. Required fields are marked *