Tuesday , August 9 2022
Breaking News
Home / ବିଶେଷ / ଗ୍ରାମୀଣ ଓଡ଼ିଶାର ମହିଳାଙ୍କୁ ସଶକ୍ତ କରି ଉତ୍କଳ ଦିବସ ପାଳନ କରୁଛି ଇଣ୍ଡଷ୍ଟ୍ରି ଫାଉଣ୍ଡେସନ

ଗ୍ରାମୀଣ ଓଡ଼ିଶାର ମହିଳାଙ୍କୁ ସଶକ୍ତ କରି ଉତ୍କଳ ଦିବସ ପାଳନ କରୁଛି ଇଣ୍ଡଷ୍ଟ୍ରି ଫାଉଣ୍ଡେସନ

ଭୁବନେଶ୍ୱର, ୦୪/୦୪/୨୦୨୨ (ଓଡ଼ିଶା ସମାଚାର)- ଓଡ଼ିଶା ଏହାର ୮୬ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାବେଳେ, ଇଣ୍ଡଷ୍ଟ୍ରି ଫାଉଣ୍ଡେସନ ର ପାୱାର (ପ୍ରଡୁ୍ୟସର ଓନ୍ଡ ଓମେନ ଏଂଟରପ୍ରାଇଜେସ୍) ପ୍ରକଳ୍ପ ଓଡ଼ିଶାର ଆଦିବାସୀ ଏବଂ ଗ୍ରାମାଂଚଳ ର ମହିଳାମାନଙ୍କୁ କେବଳ ଆର୍ଥିକ ସ୍ୱାଧୀନ ନୁହେଁ ବରଂ ସେମାନଙ୍କୁ ସଫଳ କ୍ଷୁଦ୍ର ଉଦ୍ୟୋଗୀରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି । ମହିଳାମାନଙ୍କ ପାଇଁ ସେମାନଙ୍କ ପ୍ରତିଭା ଦେଖାଇବା ଏବଂ ଶିଖିବା ପାଇଁ କମ୍ ସୁଯୋଗ ରହିଥିବାବେଳେ, ଏହି ପାୱାର ପ୍ରୋଜେକ୍ଟ ଏହି ମହିଳାମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବାକୁ ଲକ୍ଷ୍ୟ ରଖିଛି ଯେଉଁଠାରେ ଉତ୍ପାଦ ସୃଷ୍ଟି କରିବା ପାଇଁ ସେମାନେ ମୌଳିକ କୌଶଳ ଶିଖିପାରିବେ । ଯାହା ସେମାନଙ୍କ ପାଇଁ ଏକ ସ୍ଥିର ଜୀବିକା ନିଶ୍ଚିତ କରିପାରିବ ଏବଂ ସେମାନଙ୍କୁ ନିଜସ୍ୱ ସ୍ୱର ପ୍ରଦାନ କରିବ ।
ଏହା ୨୦୨୨ ଅଟେ ଏବଂ ଜଣେ ମହିଳା ବାସ କରୁଥିବା ସ୍ଥାନ ନିର୍ବିଶେଷରେ ସେ ନିଜ ସର୍ତରେ ନିଜ ଜୀବନକୁ ଆଗେଇ ନେବାକୁ ଯଥେଷ୍ଟ ସକ୍ଷମ ହେବା ଉଚିତ । ପାୱାର ମହିଳାମାନଙ୍କୁ ବିବିଧ ପ୍ରକାରର ତାଲିମ ଏବଂ ଲିଙ୍ଗଗତ ପ୍ରଶିକ୍ଷଣ ପ୍ରଦାନ କରିଥାଏ, ଯାହା ସେମାନଙ୍କୁ ଜୀବନର ଏକ ନୂତନ ଦୃଷ୍ଟିକୋଣ ପାଇବାରେ ସାହାଯ୍ୟ କରିଥାଏ ।
ପ୍ରିୟଙ୍କା ସରଗାଇ ହେଉଛନ୍ତି ଜଣେ ସୂକ୍ଷ୍ମ କୌଶଳ ପ୍ରଶିକ୍ଷିକା ଯେକି ଓଡ଼ିଶାର କୋରାପୁଟରେ ଏନଟିଏଫପି ମୂଲ୍ୟ ଶୃଙ୍ଖଳାରେ କାର୍ଯ୍ୟ କରୁଛନ୍ତି । ପ୍ରିୟଙ୍କାଙ୍କର ଏକ ନିର୍ଭୀକ ବ୍ୟକ୍ତିତ୍ୱ ରହିଛି, ତାଙ୍କର ଉନ୍ମୁକ୍ତ ପ୍ରତିଭା ତାଙ୍କୁ ସମାଜ ବିଷୟରେ ସ୍ୱର ଉଠାଇବା ଏବଂ ମହିଳା ପରିଚୟ ଏବଂ ସମାନତା ବିଷୟରେ ନିଜ ମତାମତ ରଖିବାକୁ ଆଗକୁ ନେଇ ଆସିଛି ।
ଏକ ସାମାଜିକ ବ୍ୟବସ୍ଥା ଭାବେ ଲିଙ୍ଗ ତଥା ମହିଳାମାନଙ୍କ ଅଧିକାର ଏବଂ ଜଣେ ମହିଳାଙ୍କ ପାଇଁ ସେ କିଏ, ତାର ପରିଚୟ ବିଷୟରେ ହୃଦୟଙ୍ଗମ କରିବା କେତେ ଯେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ସେ ସାହସର ସହିତ କହିଥାନ୍ତି ।
ଓଡ଼ିଶା ଶାଳ ଏବଂ ଶିଆଳି ଗଛ ପାଇଁ ଜଣାଶୁଣା ଯାହାର ପତ୍ରଗୁଡ଼ିକ ତଳେ ପଡ଼ିବା ପରେ ସେଗୁଡ଼ିକୁ ସାଧାରଣତଃ ଆବର୍ଜନା ପରି ଦେଖାଯାଇଥାଏ । କିନ୍ତୁ ଭାରତରେ ପ୍ରାଚୀନ କାଳରୁ ରାତ୍ରି ଭୋଜନ ଥାଳି ଏବଂ ପାତ୍ରଗୁଡ଼ିକ ଶାଳ ଏବଂ ଶିଆଳି ପତ୍ରରୁ ପ୍ରସ୍ତୁତ ହେଉଥିଲା । ପାୱାର ପ୍ରୋଜେକ୍ଟ ମହିଳାମାନଙ୍କୁ ଏଗୁଡ଼ିକୁ ସଂଗ୍ରହ କରିବା ଏବଂ ଥାଳି ଓ ପାତ୍ର ତିଆରି କରିବା ଲାଗି ଏଗୁଡ଼ିକୁ ଏକତ୍ର କରି ବୁଣିବାକୁ ତାଲିମ ଦେଇଥାଏ । ଯେଭଳି ଜମି ଆବର୍ଜନାରେ ଭରିନଯାଏ ଏହା କେବଳ ତାହା ସୁନିଶ୍ଚିତ କରେନାହିଁ ବରଂ ଗ୍ରାମାଂଚଳର ମହିଳାମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିଥାଏ । ଯାହାଫଳରେ ଏହା ଏକ ଚକ୍ରାକାର ଅର୍ଥନୀତିର ଧାରଣାକୁ ପ୍ରୋତ୍ସାହିତ କରିଥାଏ ।
ଜନନ୍ତୀ ପାଥମାଝୀ, ଯେକି ଜଣେ ପତ୍ର ସଂଗ୍ରହକାରୀ ଅଟନ୍ତି କହିଛନ୍ତି ଯେ, ସେ ସୂକ୍ଷ୍ମ କୌଶଳରେ ତାଲିମପା୍ରାପ୍ତ ହେବା ପରେ ଏବଂ ଲିଙ୍ଗଗତ ପ୍ରଶିକ୍ଷଣ ଗ୍ରହଣ କରିବା ପରେ ସମାଜ ପ୍ରତି ତାଙ୍କର ମତ ବଦଳିଯାଇଛି । ସେ ଏକ ସ୍ୱାଧୀନ ଏବଂ ସମ୍ମାନଜନକ ଜୀବନ ଜିଇବା ଆରମ୍ଭ କରିଦେଇଛନ୍ତି । ସେ ଏହା ମଧ୍ୟ ଅନୁଭବ କରିଛନ୍ତି ଯେ ଏହା ତାଙ୍କୁ ଆତ୍ମବିଶ୍ୱାସର ସହ ଜନସାଧାରଣଙ୍କ ନୀକଟରେ ନିଜର ମତାମତ ରଖିବାରେ ସକ୍ଷମ କରିଛି ।
ଧୀରେ ଧୀରେ ଆଦିବାସୀ ଅଂଚଳର ମହିଳାମାନେ ଢାଂଚାକୁ ଭାଙ୍ଗୁଛନ୍ତି ଏବଂ ଦୁରଦୃଷ୍ଟିସମ୍ପର୍ଣ୍ଣ ଏବଂ ନେତୃତ୍ୱ ଭାବେ ଉଭା ହେଉଛନ୍ତି । ସେମାନେ ଅନ୍ୟ ଯୁବା ଝିଅମାନଙ୍କ ପାଇଁ ଦିବ୍ୟଦ୍ରଷ୍ଟା ସାଜିଛନ୍ତି । ସେ ଦିନ ଚାଲିଗଲାଣି ଯେବେ କି ଆମେ ଭାବୁଥିଲେ ଯେ କେବଳ ପୁରୁଷମାନେ ସେମାନଙ୍କ ପରିବାର ର ଯତ୍ନ ନେଇପାରନ୍ତି । ଏହି ମହିଳାମାନେ ପ୍ରମାଣ କରିଛନ୍ତି ଯେ ସଠିକ ଶିକ୍ଷା ଏବଂ ମାନସିକତା ସହିତ ସେମାନେ ପୁରୁଷଙ୍କ ସହିତ କିମ୍ବା ଏପରିକି ସେମାନଙ୍କ ଉପରେ କ୍ଷମତାରେ ରହିପାରିବେ । ବର୍ତମାନ ତାହା ହେଉଛି ପ୍ରକୃତ ସ୍ୱାଧିନତା ଏବଂ ସ୍ୱତନ୍ତ୍ରତା । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.