Tuesday , August 9 2022
Breaking News
Home / ବିଶେଷ / ଗରଦପୁର ବ୍ଲକ୍ . . ପଲ୍ଲୀ ରେ ପ୍ରଶାସନ

ଗରଦପୁର ବ୍ଲକ୍ . . ପଲ୍ଲୀ ରେ ପ୍ରଶାସନ

ଗରଦପୁର,୦୪/୦୪/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଖଡ଼ ପଂଚାୟତରେ ଆଜି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଗରଦପୁର ବ୍ଲକ୍ ଅଧ୍ୟକ୍ଷ ଅଭୟ ମହାରାଜ , ତହସିଲଦାର ସନ୍ତୋଷ ସାହୁ ଏବଂ ବିଡ଼ିଓ ରଂଜିତ କୁମାର ମଲିକ୍ ଙ୍କ ସମେତ ଅନ୍ୟ ପଦସ୍ଥ ଅଧିକାରୀମାନେ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ପାଖଡ଼ ଗ୍ରାମର ବରିଷ୍ଠ ନାଗରୀକ ଫକୀର ମୋହନ ସେନାପତି ନିଜ ଗ୍ରାମର ପଡ଼ା ରାସ୍ତା ସମ୍ପର୍କରେ ପ୍ରଥମ ଅଭିଯୋଗ ଆଗତ କରିଥିଲେ । ଅଭିଯୋଗ ପାଇଲାପରେ ଅଧ୍ୟକ୍ଷ ଶ୍ରୀ ମହାରାଜ , ଗରଦପୁର ତହସିଲଦାର ଶ୍ରୀ ସାହୁଙ୍କୁ ସାଙ୍ଗରେ ନେଇ ତତକାଳିନ ଘଟଣାସ୍ଥଳକୁ ଯାଇ ଉପୁଜିଥିବା ରାସ୍ତା ସମସ୍ୟାକୁ ତୁରନ୍ତ ଅନୁଧ୍ୟାନ କରି ବିହିତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ଦିଲିପ କୁମାର ସେଠୀ, ସରପଂଚ ପ୍ରତିନିଧି ପ୍ରତାପ ସ୍ôାଇଁ, ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୃପ ମା ମାନଙ୍କ ଦ୍ୱାରା ବିଭିନ୍ନ ଷ୍ଟଲ ପଡ଼ିଥିଲା । ସରପଂଚ ବନଲତା ସ୍ୱାଇଁ , ସମିତି ସଭ୍ୟା ସୁମିତ୍ରା ସାହୁ, ସମିତି ସଭ୍ୟ ବ୍ରଜ କିଶୋର ସାହୁ ଏହି କାର୍ଯ୍ୟକ୍ରମର ଲକ୍ଷଥିବା ସେବା , ଅଭିଯୋଗ ଓ ଜନ ସଚେତନତା ଉପରେ ଆଲୋକପାତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.