ସାଲେପୁର, ୦୪/୦୪/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା ) – ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ଉଚ୍ଛେଦ ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ସ୍କୁଲ ଗେଟରେ ତାଲା ପକାଇ ବିକ୍ଷୋଭ କରିଛନ୍ତି। କଟକ ଜିଲ୍ଲା ସାଲେପୁର ବ୍ଲକ ଯଚିନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଓଡାସିଂ ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟରେ ପୂର୍ବରୁ ମାଟ୍ରିକ ପରୀକ୍ଷା କେନ୍ଦ୍ର ହୋଇ ଆସୁଥିଲା । ମାତ୍ର ଚଳିତ ବର୍ଷ ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବହେଳା ଯୋଗୁ ସ୍କୁଲରେ ପରୀକ୍ଷା କେନ୍ଦ୍ର ହୋଇପାରିଲାନି ବୋଲି ସ୍କୁଲ ପରିଚାଳନା କମିଟି ସଭାପତି
ଓ ଛାତ୍ରାଛତ୍ରୀ ଅଭିଯୋଗ କରିଛନ୍ତି। ପୁନଃ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାନଗଲେ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି । ଅନ୍ୟପଟେ ଏଥିରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି। ତେବେ ପୁନଃ ବିଚାର ପାଇଁ ବୋର୍ଡ କତ୍ତୃପକ୍ଷଙ୍କୁ ସେ ଜଣାଇବେ ବୋଲି ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର
