Tuesday , August 9 2022
Breaking News
Home / ବିଶେଷ / ସମାଜ ସଂସ୍କାରକ ତଥା ଦକ୍ଷ ସଙ୍ଗଠକ ଇଂ.ଅଶୋକ କୁମାର ବିଶ୍ବାଳ ସମ୍ବର୍ଦ୍ଧିତ

ସମାଜ ସଂସ୍କାରକ ତଥା ଦକ୍ଷ ସଙ୍ଗଠକ ଇଂ.ଅଶୋକ କୁମାର ବିଶ୍ବାଳ ସମ୍ବର୍ଦ୍ଧିତ

  କଟକ, ୦୩/୦୪/୨୦୨୨( ଓଡ଼ିଶା ସମାଚାର )- କଟକ ସଦର କନ୍ଦରପୁର ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସରସ୍ୱତୀ କଳା ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ପର୍ବ,ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଜ୍ଞାନ ବିଜ୍ଞାନ,ପ୍ରଯୁକ୍ତି ବିଦ୍ୟା ସମାଜସେବା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଗ୍ରାମାଂଚଳରେ ଶିକ୍ଷାର ବିକାଶ ଦିଗରେ ନିରନ୍ତର ସାଧନା,ପୂଜ୍ୟପୂଜା ଆଦି ବିଭିନ୍ନ ଦିଗରେ ଅନନ୍ୟ କୃତିତ୍ୱର ସ୍ୱୀକୃତି ସ୍ୱରୂପ ୪୨ ମୌଜା ବନ୍ତୁଣିଆ ମାଟିର କୃତି ସନ୍ତାନ ଇଂ.ଅଶୋକ କୁମାର ବିଶ୍ବାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି  । ଏହି ସମ୍ବର୍ଦ୍ଧନା ପର୍ବରେ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି, ସମାଜସେବୀ ବିନୋଦ ବେହେରା, ସାହିତ୍ୟିକ ରୁଦ୍ର ନାରାୟଣ ଦାସ, କବୟିତ୍ରୀ ସରୋଜ ନଳିନୀ ପରିଜା, କରୋନାଯୋଦ୍ଧା ଅଭିରାମ ସାହୁ, ସଭାପତି ପ୍ରତିଭା ଶତପଥୀ,ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ ଏବଂ ସମସ୍ତ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଇଂ.ବିଶ୍ବାଳ ଅଧୁନା ସାମାଜିକ ସଂଗଠନ “ବୟାଳିଶମୌଜା ବିକାଶ ପରିଷଦ”ର ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ, “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା”ର ସଭାପତି ଓ ବନ୍ତୁଣିଆ ଗ୍ରାମ୍ୟ କମିଟିର ସଭାପତି ଭାବେ କାର୍ଯ୍ୟକରିବା ସହ ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ,ଆଦର୍ଶ ଯୁବ ସଂଘ କଟକ କଟକ ଶାଖା,ଉତ୍କଳ ବିକାଶ ପରିଷଦ କଟକ ସଦର ଆଦି ବହୁ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.