Thursday , June 30 2022
Breaking News
Home / ଶିକ୍ଷା / ମହିଳା ଆତ୍ମ ସୁରକ୍ଷା କୌଶଳ ଶିବିର ଉଦଘାଟିତ 

ମହିଳା ଆତ୍ମ ସୁରକ୍ଷା କୌଶଳ ଶିବିର ଉଦଘାଟିତ 

ଗରଦପୁର, ୦୩/୦୪/୨୦୨୨( ଓଡ଼ିଶା ସମାଚାର )- ସ୍ଥାନୀୟ ଗରଦପୁର ବ୍ଲକ୍ ସ୍ଥିତ ମାନବ ସମ୍ବଳ ବିକାଶ ମହିଳା ଉଚ ମାଧ୍ୟମିକ ବିଦ୍ୟାଳୟ ସଭା କକ୍ଷରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ପ୍ରାୟୋଜିତ ମହିଳା ଆତ୍ମ ସୁରକ୍ଷା କୌଶଳ ଶିବିର ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଗଗନ ବିହାରୀ ସ୍ୱାଇଁ ସଭାପତିତ୍ୱ କରିଥିଲେ । ସ୍ଥାନୀୟ ତଳକୁସୁମା ପଂଚାୟତର ସରପଂଚ ପ୍ରଭାତ ନଳିନୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବାବେଳେ ଅବସରପ୍ରାପ୍ତ ପ୍ରାଧ୍ୟାପକ ନୀରୋଦ କୁମାର ଦାସ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ । ପ୍ରାରମ୍ଭ ରେ ଅତିଥିମାନେ ଶ୍ରୀ ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ପ୍ରାଧ୍ୟାପକ ଗୋକୁଳାନନନ୍ଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆତ୍ମ ସୁରକ୍ଷା କୌଶଳ କର୍ମଶାଳାର ସଂଯୋଜିକା ଅଧ୍ୟାପିକା ବିଜୟାଲକ୍ଷ୍ମୀ ପଣ୍ଡା ଶିବିରର ଆଭିମୁଖ୍ୟ ସମ୍ପର୍କରେ ବିଷଦ ସୂଚନା ପ୍ରଦାନ କରିଥିଲେ । ମାଷ୍ଟର ଟ୍ରେନର ରୂପେ ଅନସୂୟା ବେହେରା ଯୋଗଦେଇ ଆତ୍ମ ସୁରକ୍ଷା କୌଶଳ ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ଶିବିରରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଙ୍କ ସମେତ ଅଧ୍ୟାପିକା ପ୍ରବିଣା ରଥ ପ୍ରମୁଖ ସମାଜରେ ମହିଳା ମାନଙ୍କ ଭୂମିକା ଓ ସେମାନଙ୍କର ନୀରାପତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଅନୁଷ୍ଠାନର ସରୋଜକାନ୍ତ ପଣ୍ଡା, ସବିତା ରଥ, ପ୍ରଦୀପ୍ତ କୁମାର ଦାସ, ରଂଜନ କୁମାର ପଣ୍ଡା ଓ ଭାଷ୍କର ଚନ୍ଦ୍ର ମହାନ୍ତି ଶିବିରକୁ ପରିଚାଳନା କରିଥିବାବେଳେ ପ୍ରାଧ୍ୟାପିକା ରୀନାରାଣୀ ପଢ଼ିହାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଶିଶୁମନ୍ଦିରରେ ସଙ୍କୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ

ଭୁବନ,୨୮/୬/୨୦୨୨(ଓଡ଼ିଶା ସମାଚାର)- ଭୁବନ ସରସ୍ୱତୀ ଶିଶୁମନ୍ଦିରେ ସୋମବାର ସନ୍ଧ୍ୟାରୁ   ଆରମ୍ଭ ହୋଉଥିବା ୪ ଦିନିଆ ସଙ୍କୁଳ ଆଚାର୍ଯ୍ୟ କର୍ମଶାଳା ଆଜି …

Leave a Reply

Your email address will not be published. Required fields are marked *