Friday , August 19 2022
Breaking News
Home / ବିଶେଷ / ବିବାହ ର ଛଅ ବର୍ଷ ପରେ ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ କଲେ ବାପଘର ଲୋକେ

ବିବାହ ର ଛଅ ବର୍ଷ ପରେ ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ କଲେ ବାପଘର ଲୋକେ

ସାଲେପୁର, ୦୩/୦୪/୨୦୨୨ (ଓଡିଶା ସମାଚାର /ଅଭୟ ଜେନା )- ଅଧିକ ଯୌତୁକ ଦାବିକରି ମହିଳାଙ୍କୁ ଶାଶୂଘର ଲୋକେ  ହତ୍ୟା କରିଥିବା ନେଇ ସାଲେପୁର ଥାନା ରେ  ଅଭିଯୋଗ ହୋଇଛି । ଥାନାରେ ମହିଳାଙ୍କ ବାପଘର ଲୋକେ  ଅଭିଯୋଗ କରିଛନ୍ତି । କଟକ ଜିଲ୍ଲା ସାଲେପୁର ଥାନା ନଈଗୁଆଁ ଗ୍ରାମରେ ମୃତା ମହିଳା ଜଣକ ହେଲେ ରୀନା ଓଝା। ରୀନା ଓଝା ଆଜକୁ ୬ ବର୍ଷତଳେ ନଇଗୁଆଁ ଗ୍ରାମର ପାଣୁ ମହାରଣାଙ୍କ ଜ୍ୟେଷ୍ଠପୁତ୍ର ବିଜୟ ମହାରଣାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ରୀନା ଙ୍କ ଘର ସାଲେପୁର ଥାନା ଲୁଣାହାର ଗ୍ରାମରେ। ବିବାହ ସମୟରେ ବର ପକ୍ଷର ଦାବି ମୁତାବକ  ଯୌତୁକ ଦେଇଥିଲେ। ବିବାହ ସମୟରୁ ଅଧିକ ଯୌତୁକ ଦାବି ସହ ୫୦ହଜାର ଟଙ୍କା ମଧ୍ୟ ଦାବିକରି ଆସୁଥିଲେ। ଏଥିସହ ବାରମ୍ବାର ଯୌତୁକ ଦାବିନେଇ ନିର୍ୟାତନା  ଦେଇ ଆସୁଥିଲେ। ଗତକାଲି ସ୍ୱାମୀ ,ସ୍ଵଶୁର,  ଶାଶୁ,  ଦିଅର ସହ ପରିବାର ଲୋକେ ମାଡମାରିବା ସହ ଜୀବନରୁ ମାରି ଦେଇ ସାଲେପୁର ମେଡିକାଲକୁ ଆଣି ବାପଘର ଲୋକଙ୍କୁ ଖବର ଦେଇଥିଲେ। ବାପଘର ଲୋକେ ମେଡିକାଲରେ ଝିଅକୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏନେଇ ଝିଅର ଭାଇ  ପରେସ କୁମାର ଓଝା ସାଲେପୁର ଥାନାରେ ଶାଶୁଘର ଲୋକେ ମାରିଦେଇଥିବା ନେଇ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ସାଲେପୁର ତହସିଲଦାର ଓ ସାଲେପୁର ପୋଲିସ ପହଂଚି ମୃତ ଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି ।ଏହି ଘଟଣାରେ ପୋଲିସ ସ୍ବଶୁର ପାଣୁ ମହାରଣାକୁ ଅଟକ ରଖିଥିବା ନେଇ ସୂଚନା ମିଳିଛି। ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.