Thursday , June 30 2022
Breaking News
Home / ଶିକ୍ଷା / ବାଳିକା ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର 

ବାଳିକା ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର 

ରଘୁନାଥପୁର, ୦୩/୦୪/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ବ୍ଲକ୍ ରେଢ଼ୁଆସ୍ଥିତ ବୃନ୍ଧାବନଚନ୍ଦ୍ର ଉଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବାଳିକା ଆତ୍ମ ସୁରକ୍ଷା କାର୍ୟ୍ୟକ୍ରମ ଉଦଘାଟିତ ହୋଇ ଯାଇଛି । ଅଧ୍ୟକ୍ଷ ସରୋଜ କୁମାର ପଣ୍ଡା ପ୍ରଦୀପ ପ୍ରଜ୍ୱଳନ କରି କାର୍ୟ୍ୟକ୍ରମ ର ଶୁଭାରମ୍ଭ କରିବା ସହ ଆତ୍ମ ସୁରକ୍ଷା ସତ୍ ଚରିତ୍ର ର ପରିପ୍ରକାଶ ଅଟେ ବୋଲି ମତ ପୋଷଣ କରିଥିଲେ । କାର୍ୟ୍ୟକ୍ରମ ଅଧିକାରୀ ଅଧ୍ୟାପକ ବଳରାମ ପାଳ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଭଗବାନ ବିଶ୍ୱାଳ ଯୋଗଦେଇ ସରକାରୀ ପ୍ରୋତ୍ସାହନରେ ଉକ୍ତ କାର୍ୟ୍ୟକ୍ରମର ସଫଳତା କାମନା ପୂର୍ବକ ବାଳିକା ମାନଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟାପିକା ବିରସ କୁମାରୀ ନାୟକ ଅନ୍ୟତମ ବକ୍ତା ଭାବେ ବାଳିକା ମାନଙ୍କୁ ଜଣେ ଜଣେ ଭବିଷ୍ୟତ ସମାଜର ଶ୍ରଷ୍ଟା ଭାବେ ଅଭିହିତ କରିଥିଲେ । ଅଧ୍ୟାପିକା ଯାଜ୍ଞସେନୀ ରାଉତ, ସାଶ୍ୱତି ନନ୍ଦ, ସ୍ୱାଗତିକା ଦାସ, ସୁଜାତା ଦାସ, ସୌମ୍ୟା ମହାନ୍ତି, କର୍ମଚାରୀ ନକୁଳ ନାୟକ, ବାବୁଲି ସ୍ୱାଇଁ, ବଟକୃର୍ଷ୍ଣ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । ପ୍ରଶିକ୍ଷିକା ରଶ୍ମିତା ବିଶ୍ୱାଳ ସୁରକ୍ଷା କୌଶଳ ପ୍ରଦାନ କରିଥିଲେ । ଅଧ୍ୟାପିକା ସ୍ମିତାରାଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଶିଶୁମନ୍ଦିରରେ ସଙ୍କୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ

ଭୁବନ,୨୮/୬/୨୦୨୨(ଓଡ଼ିଶା ସମାଚାର)- ଭୁବନ ସରସ୍ୱତୀ ଶିଶୁମନ୍ଦିରେ ସୋମବାର ସନ୍ଧ୍ୟାରୁ   ଆରମ୍ଭ ହୋଉଥିବା ୪ ଦିନିଆ ସଙ୍କୁଳ ଆଚାର୍ଯ୍ୟ କର୍ମଶାଳା ଆଜି …

Leave a Reply

Your email address will not be published. Required fields are marked *