ମାହାଙ୍ଗା ୦୩/୦୪/୨୦୨୨ (ଓଡିଶା ସମାଚାର /ଅଭୟ ଜେନା ) -କଟକ ଜିଲ୍ଲା ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳ ଅଧିନସ୍ଥ ମୂଳବସନ୍ତ ପଞ୍ଚାୟତ ଗୁଣୁପୁର ଠାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ନବ ନିର୍ମିତ ହୋମିଓପ୍ୟାଥିକ ହସ୍ପିଟାଲ ଗୃହ ଆଜି ଲୋକାର୍ପିତ ହୋଇଯାଇଛି । ଏକ ଆଜବେଷ୍ଟସ ଘରେ ଦୀର୍ଘ ଦିନରୁ କାର୍ୟ୍ୟ କରୁଥିବା ଉକ୍ତ ହୋମିଓପ୍ୟାଥିକ ଡାକ୍ତରଖାନାର ସ୍ଥାୟୀ ଗୃହ ନିର୍ମାଣ ପାଇଁ ସରକାରୀ ଅନୁଦାନ ପ୍ରଦାନ କରାଯାଇଥିଲା । ତେବେ ନବନିର୍ମିତ ଏହି ଡାକ୍ତରଖାନା ଗୃହ ଉଦଘାଟନ କାର୍ୟ୍ୟକ୍ରମ ସ୍ଥାନୀୟ ସରପଞ୍ଚ ଅନ୍ନପୂର୍ଣ୍ଣା କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୀପା ମଲ୍ଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ରିଆଜୁଲ ହୋଦା, ସମିତିସଭ୍ୟା ସଂଗୀତା ମହାନ୍ତି ପ୍ରମୁଖ ଉତ୍ସବରେ ଅତିଥିଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ପୂର୍ବତନ ସମିତିସଭ୍ୟ ପ୍ରଶାନ୍ତ କୁମାର କର, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ପୂର୍ବତନ ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ,ପୂର୍ବତନ ସରପଞ୍ଚ ଭ୍ରମରବର ରାଉତରାୟ, ପଞ୍ଚାୟତ ବିଜେଡି ସଭାପତି ବଟ କୃଷ୍ଣ ଦାଶ, ଯୁବ ସଂଗଠକ ପଞ୍ଚାନନ ପଣ୍ଡା,ପ୍ରମୁଖ ଉପସ୍ଥିତ ଥିଲେ । ମନ୍ତ୍ରୀ ଶ୍ରୀ ଜେନା ଗ୍ରାମର ଆରାଧ୍ୟ ଦେବତା ମାଆ ବରୁଣେଇଙ୍କ ଆଶୀର୍ବାଦ ଭିକ୍ଷା କରିବାସହ ସଂସ୍କାରକ ବୈରାଗୀ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାର୍ଲ୍ୟା ପଣ କରିଥିଲେ । ସ୍ଥାନୀୟ ପଞ୍ଚାୟତର ନାଏବ ସରପଞ୍ଚ, ୱାର୍ଡସଭ୍ୟ, ବହୁ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଏହି ଉତ୍ସବରେ ଯୋଗଦେଇଥିଲେ । ଓଡ଼ିଶା ସମାଚାର
