ରାଇରଙ୍ଗପୁର,୦୨/୦୪/୨୦୨୨( ଓଡ଼ିଶା ସମାଚାର/ଶ୍ୟାମଳେନ୍ଦୁ ପରିଡ଼ା )- ପବିତ୍ର ଓଡିଶା ଦିବସ ଅବସରରେ ରାଇରଙ୍ଗପୁର ସୂଚନା ଓ ଲୋକ ସମ୍ପର୍କ ତରଫରୁ ପ୍ରଭାତ ଫେରୀ ତାପରେ ରାଇରଂଗପୁର ରେ ଥିବା ମହାମନିଷୀମାନଙ୍କର ପ୍ରତିମୂର୍ତ୍ତିରେ ସହରର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଦ୍ବାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ପରେ ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ୟ୍ୟାଳୟ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ରୂପେ ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ସରୋଜ କୁମାର ଦାସ, ରାଇରଙ୍ଗପୁର ଲୋକ ସଂପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି ତଥା ମୁଖ୍ୟ ଅତିଥି ଅଭିଶେଷ ପଟ୍ଟନାୟକ,ପୁଷ୍ପା଼ଞ୍ଜଳି ତ୍ରିପାଠୀ,ବାର ସଂଘ ସଭାପତି ଅକ୍ଷୟ କୁମାର ମହାନ୍ତି,ବିରିଷ୍ଠ ଆଇନଜୀବୀ ରସାନନ୍ଦ ଲେଙ୍କା,ଦିଲ୍ଲୀପ କୁମାର ମହାନ୍ତି ତଥା ସହରର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ସେମାନଙ୍କର ଅଭିଭାଷଣରେ ଉତ୍କଳର ପୂର୍ବସୂରୀ ମାନଙ୍କ ଦ୍ବାରା ଆମେ ସ୍ବତନ୍ତ୍ର ଉତ୍କଳ ଗଠନ କରିପରିଛେ ଯେପରି ମଧୂସୁଧନ ଦାସ,ମଧୂସୁଧନ ରାଓ,ରାଧାନାଥ ରାୟ,ଶ୍ରୀ ରାମଚନ୍ଦ୍ର ଭଂଜ ଦେଓ, କୃଷ୍ଣଚନ୍ଦ୍ର ଗଜପତି ମହାରାଜ,ନୀଳକଣ୍ଠ ଦାସ ତଥା ଅନେକ ଉତ୍କଳ ପେମୀ,ସଂଗ୍ରାମୀ ତଥା ନିଜ ପ୍ରାଣ ଉତ୍ସର୍ଗ କରିଥିବା ଓଡିଆ ଜାତି ପ୍ରେମୀଙ୍କୁ କୋଟି କୋଟି ପ୍ରଣାମ ଜଣାଇଥିଲେ । ଆମେ ସ୍ବତନ୍ତ୍ର ଉତ୍କଳ ୧୯୩୬ ଏପ୍ରିଲ ୧ ତାରିଖରେ ଲାଭ କଲୁ । ଏକତାର ବଳ ଦ୍ବାରା ହିଁ ଏହା ସମ୍ଭବ ହୋଇପାରିଥିଲା । ଆଜି ମଧ୍ୟ ଆମେ ସମସ୍ତେ ଏକତା ସୂତ୍ରରେ ବାନ୍ଧି ହୋଇ ଦେଶ ସେବା କରିବା ଉଚିତ । ଦେଶ ପାଇଁ ପ୍ରାଣବଳୀ ଦେଇଥିବା ମହାପୁରୁଷଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବା ଉଚିତ । ଆମେ ଦେଶ ସେବାକୁ ନିଜ ଜୀବନର ବ୍ରତ କରିବା ଦରକାର । ପରେ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୁତ କରାଯାଇଥିଲା । ଓଡ଼ିଶା ସମାଚାର