ଜୁନାଗଡ଼, ୦୨/୦୪/୨୦୨୨( ଓଡ଼ିଶା ସମାଚାର/ ରାକେଶ ବେମାଲ )- ଜୁନାଗଡ଼ ସାଇ ଇଣ୍ଟର ନେସନାଲ ଠାରେ ବାଳିକା ଆତ୍ମ ସୁରକ୍ଷା ଶିବିର ଉଦଯାପିତ ହେଇଯାଇଛି । କଲେଜର ଅଧ୍ୟକ୍ଷ ବିଭୁତି ବିଷଣ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ତହସିଲଦାର ବେଦବ୍ୟାସ ଭୋଇ ଯୋଗ ଦେଇ ଥିବା ବେଳେ ଅତିଥି ଭାବେ ସର୍ବ ମଙ୍ଗଳା ଉଚ୍ଚ ମହା ବିଦ୍ୟାଳୟ ଅଧ୍ୟକ୍ଷ ଜୟନ୍ତ ଜେନା ଯୋଗ ଦେଇଥିଲେ । ଅଧ୍ୟାପକ ବିଶ୍ୱ ରଞ୍ଜନ ବେହେରା କାର୍ୟ୍ୟକ୍ରମ କୁ ସଂଯୋଜନା କରିବା ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଦେବେନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ ଓ ଅଧ୍ୟାପିକା ସାଗରିକା ଦାଶ ଶିବିରର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କାରିଥିଲେ । ପ୍ରଶିକ୍ଷିକା ଜଳି ପରାଭୋଇ ଓ ଧନିକା ରାଉତ ୧୪୩ ଜଣ ଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଖେଳ ଶିକ୍ଷକ ସମୀର କୁମାର ସାହୁଙ୍କ ତତ୍ୱାବଧାନରେ ଛାତ୍ରୀ ମାନେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ । ଅଧ୍ୟାପକ ପ୍ରିୟବ୍ରତ ବାଣୁଆ ଧନ୍ୟବାଦ ଅର୍ପଣ କରି ଥିବା ବେଳେ ସମସ୍ତ ଛାତ୍ରୀଙ୍କୁ ସାଟିଫିକେଟ ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର
