Tuesday , September 27 2022
Breaking News
Home / ବିଶେଷ / ବସୁଧା ସମାଜ ସେବକ ସଂଘର ବାର୍ଷିକ ଉତ୍ସବ ଓ ଉତ୍କଳ ଦିବସ ସମାରୋହ

ବସୁଧା ସମାଜ ସେବକ ସଂଘର ବାର୍ଷିକ ଉତ୍ସବ ଓ ଉତ୍କଳ ଦିବସ ସମାରୋହ

ମାହାଙ୍ଗା ୦୨/୦୪/୨୦୨୨ (ଓଡିଶା ସମାଚାର /ଅଭୟ ଜେନା ) – ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା କ୍ରାନ୍ତିଦ୍ରଷ୍ଟା ମହାମନୀଷିଙ୍କ ତ୍ୟାଗ ଓ ସମର୍ପଣକୁ ଓଡ଼ିଆ ଜାତି ଚିରକାଳ ମନେରଖିବ ବୋଲି ବସୁଧା ସମାଜ ସେବକ ସଂଘ ଅନୁକୁଲ୍ୟରେ ଆୟୋଜିତ ୮୭ ତମ ଉତ୍କଳ ଦିବସ ସମାରୋହରେ ଯୋଗଦେଇଥିବା ଅତିଥିମାନେ ଆହ୍ୱାନ ଦେଇଥିଲେ । ଅନୁଷ୍ଠାନର ଅଷ୍ଟମ ବାର୍ଷିକ ଉତ୍ସବ ପାଳନ ଓ ଉତ୍କଳ ଦିବସର ସ୍ମୁତି ଚାରଣ ସମାରୋହରେ ବିଶିଷ୍ଟ ଶିକ୍ଷାବିତ ରବୀନ୍ଦ୍ର ନାଥ କର ଅଧ୍ୟକ୍ଷତା କରିଥିଲେ । ବ୍ଲକ ବିଜେଡି ଛାତ୍ର ସଂଗଠନର ସଭାପତି ତ୍ରିନାଥ ଯେନା ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ଗରୀମକୁ ଆମେ କେବେବି କ୍ଷୁର୍ଣ୍ଣ ହେବାକୁ ଦେବୁନି, ଏହି ପ୍ରତିଜ୍ଞା ପ୍ରତିଟି ଓଡ଼ିଆଙ୍କ ମନ ଭିତରେ ରହିବା ଉଚିତ । ବିଶିଷ୍ଟ ଅତିଥିଭାବେ ସାହିତ୍ୟିକ ପ୍ରଶାନ୍ତ କୁମାର କର ଯୋଗଦେଇ କହିଲେ ଉତ୍କଳୀୟ ଅସ୍ମିତା ଏ ଜାତିର ବୈଭବଶାଳୀ ଗାଥା ପାଲଟି ପାରିଛି । ଉତ୍ସବରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଅଖିଳେଶ ମହାନ୍ତି ଯୋଗଦେଇଥିଲେ । ଶ୍ରୀ ମହାନ୍ତି କହିଲେ, ଭାଷା ଭିତ୍ତିକ ପ୍ରଦେଶ ଗଠନରେ ଓଡ଼ିଆ ଜାତିର ଗୌରବକୁ ଯେଉଁ ମହାମନିଷୀ ମାନେ ରୁଦ୍ଧିମନ୍ତ କରିପାରିଛନ୍ତି ସେମାନେ ଚିର ନମସ୍ୟ । ସମ୍ମାନିତ ଅତିଥିଭାବେ ପୂର୍ବତନ ସରପଞ୍ଚ ଭ୍ରମରବର ରାଉତରାୟ, କବି ଉତ୍ତମ ଯେନା, ଯୁବ ସଂଗଠକ ରାକେଶ ସାହୁ, ଉଷୁମା ପଞ୍ଚାୟତ ସମିତିସଭ୍ୟ ଦୁର୍ଗା ପ୍ରସାଦ ବାରିକ,ପ୍ରମୁଖ ଅତିଥିଭାବେ ଯୋଗଦେଇ ଉତ୍କଳ ଦିବସର ତାତ୍ପର୍ୟ୍ୟ ଉପରେ ଆଲୋକପାତ କରିଥିଲେ । ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ, ସରପଞ୍ଚଙ୍କ ପ୍ରତିନିଧି ପ୍ରଶାନ୍ତ କର,ସଚିତ୍ର କର, ଦୀନବନ୍ଧୁ ବାରିକଙ୍କୁ କାର୍ୟ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ସଦାଶିଷ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଓ ନିରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସଭାପତି ବିଚିତ୍ରାନନ୍ଦ ସାହୁ, ସମ୍ପାଦକ କ୍ଷିତୀଶ ସାହୁ,ଉପସଭାପତି ରମାକାନ୍ତ ଦାସ , ସହ ସମ୍ପାଦକ ବିଭୁତି ଭୂଷଣ ସାହୁ ଏବଂ ଶିବପ୍ରସାଦ ସାହୁ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ । ଏହି ଅବସରରେ କୁନିକୁନି ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.