ନିଶ୍ଚିନ୍ତକୋଇଲି, ୦୨/୦୪/୨୦୨୨ (ଓଡିଶା ସମାଚାର /ଅଭୟ ଜେନା )- ସ୍କୁଲ ରୁ ଫେରୁଥିବା, ନାବାଳାକ ଛାତ୍ର ପୋଲିସକୁ ମାମୁଁ କହିବା ରୁ ପୋଲିସ ଛାତ୍ରକୁ ମାଡ଼ ମାରିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ପଣସପଡିଆ ଠାରେ । ଆଜି ରଙ୍ଗମୁଣ୍ଡେଇ ଗ୍ରାମର ଚତୃର୍ଥ ଶ୍ରେଣୀ ର ଛାତ୍ର ଘରକୁ ଫେରୁଥିବା ବେଳେ ନିଶ୍ଚିନ୍ତକୋଇଲି ପୋଲିସ ଭଗବାନ ସାହୁ ଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ଭ୍ୟାନ ଯୋଗେ ସେହି ରାସ୍ତା ଦେଇ ଯିବା ସମୟ ରେ ଛାତ୍ର ଜଣକ ମାମୁଁ ବୋଲି କହିବାରୁ ନିଶ୍ଚିନ୍ତକୋଇଲି ଥାନା ଏ ଏସ ଆଇ ଭଗବାନ ସାହୁ ରାଗି ଯାଇ ଛାତ୍ର କୁ ମାଡ଼ ମାରିବା ସହ ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ଅଭିଭାବକଙ୍କ
ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ପୋଲିସର ମାଡ଼ ପ୍ରତିବାଦ ରେ କଟକ ଚାନ୍ଦବାଲି ରାସ୍ତାର ପଣସପଡିଆ ଠାରେ ଶତାଧିକ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ । ସ୍ଥାନୀୟ ଜନପ୍ରତିନିଧି ଙ୍କ ହସ୍ତକ୍ଷେପ ଓ ବୁଝା ସୁଝା ପରେ ଧାରଣା ପ୍ରତ୍ୟାହାର ହୋଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର
