Saturday , August 13 2022
Breaking News
Home / ବିଶେଷ / ଦିଲ୍ଲୀ ଓଡ଼ିଆ ଓକିଲ ସଂଘର ଉତ୍କଳ ଦିବସ ପାଳନ

ଦିଲ୍ଲୀ ଓଡ଼ିଆ ଓକିଲ ସଂଘର ଉତ୍କଳ ଦିବସ ପାଳନ

ନୂଆଦିଲ୍ଲୀ/ ଭୁବନେଶ୍ୱର , ୦୨/୦୪/୨୦୨୨ (ଓଡ଼ିଶା ସମାଚାର)-: ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସ୍ଥାନୀୟ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ପରିସରରେ ଦିଲ୍ଲୀ ଓଡ଼ିଆ ଲୟର୍ସ ଆସୋସିଏସନ୍(ଡୋଲା) ତରଫରୁ ଉତ୍କଳ ଦିବସ ପାଳନ କରାଯାଇଛି । ଯେଉଁଠି ଓଡିଶାର ଦିଲ୍ଲୀ ସ୍ଥିତ ଓକିଲମାନଙ୍କ ଦ୍ୱାରା ସ୍ୱତନ୍ତ୍ର ରାଜ୍ୟ ଗଠନକୁ ନେଇ ଚର୍ଚ୍ଚା ସହ ଓଡ଼ିଶାରସାମୂହିକ ସ୍ୱାର୍ଥ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଧିବକ୍ତାମାନଙ୍କ ଦ୍ୱାରା ରଚିତ ଓଡ଼ିଆ କବିତା ଓ ଗୀତ ପ୍ରସ୍ତୁତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଓଡ଼ିଆ ଅଧିବକ୍ତାଙ୍କୁ ଉଦବୋଧନ ଦେଇ ସଂଗଠନର ସଭାପତି ଶ୍ରୀଯୁକ୍ତ ପ୍ରମଥ୍ ନାଥ ମିଶ୍ର,ଫକୀର ମୋହନ ସେନାପତି, ରାଧାନାଥ ରାଏ, ଗୋପବନ୍ଧୁ ଦାସ, ମଧୁସୂଦନ ଦାସ ଆଦି ପୂଜ୍ୟ ପାଦ ନେତୃତ୍ୱଙ୍କ ସ୍ମରଣ କରି ଓଡ଼ିଆ ଜାତିର ଉନନତି ଉପରେ ଆଲୋକପାତ କରିବା ସହ ଦିଲ୍ଲୀ ସ୍ଥିତ ଓଡ଼ିଆ ଅଧିବକ୍ତା ମିଳୁଥିବା ସୁଯୋଗର ଉପଯୁକ୍ତ ବ୍ୟବହାର କରନ୍ତୁ ବୋଲି କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଦ୍ୱାରା ଘୋଷିତ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଏ କେ ବେହେରା ମହୋଦୟ ପବିତ୍ର ଉତ୍କଳ ଦିବସର ପୂର୍ବ ଗୌରବ ଓ ଗାଥା ଉପରେ ନିଜର ଓଜସ୍ୱିନି ବକ୍ତବ୍ୟ ରଖିଥିଲେ । ସଂଗଠନର ଉପ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ବର୍ମା ଉତ୍କଳ ଦିବସ କାର୍ଯ୍ୟକ୍ରମ ପରିଚାଳନା ସହ ନିଜସ୍ୱ ଲିଖିତ ଦୁଇଟି କବିତା ପାଠ କରିବା ସହ ଭାଷା ଭିତିକ ଦେଶର ପ୍ରଥମ ରାଜ୍ୟ ଗଠନ ଓ ଏ ନେଇ ଆଜିର ସମାଜ ସଂକ୍ଷିପ୍ତରେ ନିଜକୁ ପରି ପ୍ରକାଶ କରି ବା ନିମିତ ଓଡ଼ିଆ କବିତା ପ୍ରତି ଅଧିବକ୍ତାମାନେ ଆଗେଇ ଆସିବା ପାଇଁ ନିଜ ମତ ପ୍ରକାଶ କରିଥିଲେ । ସଙ୍ଗଠନର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ରାଉତ ମହୋଦୟ ଦିଲ୍ଲୀ ଓଡ଼ିଆ ଓକିଲ ସଂଘର ଦୀର୍ଘ ଦୁଇ ଦଶନ୍ଧିର ସଫଳ କାର୍ଯ୍ୟକ୍ରମଗୁଡିକ ଉପରେ ଆଲୋକପାତ କରିବା ସହ ଓଡ଼ିଶାର ଦିଲ୍ଲୀସ୍ଥିତ ଓକିଲଙ୍କ ସଫଳତାର ବର୍ଣ୍ଣନା କରିଥିଲେ । କରୋନା କାଳରେ ସଂଗଠନର ବିଭିନ୍ନ ଆଇନ ବିଷୟଗୁଡିକର ଚର୍ଚ୍ଚା, ଜାତୀୟ ଓଡ଼ିଆ କବି ସମ୍ମିଳନୀ, ଅନେକ ଅଧିବକ୍ତାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଆଦି ଉପରେ ନିଜର ବକ୍ତବ୍ୟ ରଖିଥିଲେ ।

ଉତ୍କଳ ଦିବସ କାର୍ଯ୍ୟକ୍ରମକୁ ଅଧିକ ମନୋରମ କରିବାକୁ ନେଇ ସଂଗଠନର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଗୌତମଦାସ ମହୋଦୟ ଦୁଇଟି କବିତା ସହ ନିଜ ସେଞ୍ଜାଳିତ ଓଡ଼ିଆ ଭଜନ ପ୍ରସ୍ତୁତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧିବକ୍ତା ଶ୍ରୀଯୁକ୍ତ ବିରଜାକାନ୍ତ ମହାପାତ୍ର, ଶ୍ରୀଯୁକ୍ତ ଅବନୀକାନ୍ତ ସାହୁ, ଶ୍ରୀଯୁକ୍ତ ସୁଶାନ୍ତ ମଲିକ ପ୍ରମୁଖ ନିଜ ନିଜର କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମଲିକଙ୍କ ଦ୍ୱାରା ଓଡ଼ିଶାର ଆସୁକବି ଡା.ପ୍ରସନ୍ନ କୁମାର ପାଟସାଣିଙ୍କ କବିତାର ଆବୃତି ଅତ୍ୟନ୍ତ ମନମୁଗ୍ଧକର ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଶିଷ୍ଟ ବକ୍ତାଙ୍କ ମଧ୍ୟରେ ଶ୍ରୀଯୁକ୍ତ ସଂଗ୍ରାମ ପଟ୍ଟନାୟକ, ଶ୍ରୀଯୁକ୍ତ ସୁଧାଂଶୁ ପାଳ,ଶ୍ରୀମତୀ ସସ୍ମିତା ତ୍ରିପାଠୀ, ଶ୍ରୀଯୁକ୍ତ ଏମ.ଭି.ରମନା, ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ପତ୍ରୀ, ଶ୍ରୀମତୀ ପଦ୍ମା ପି୍ରୟାଙ୍କ ବକ୍ତବ୍ୟ ଉପସ୍ଥିତ ସମସ୍ତ ଓଡ଼ିଆ ଅଧିବକ୍ତା ଗଣଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।କାର୍ଯ୍ୟକ୍ରମରେ ସମସ୍ତ ଅଧିବକ୍ତାଗଣ ନିଜର ମୂଲ୍ୟବାନ ସମୟ ଏଭଳି କାର୍ଯ୍ୟକ୍ରମରେ ଉପଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିବା ଦୃଷ୍ଟିରୁ ସଂଗଠନର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.