Wednesday , May 18 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଟେଣ୍ଡରରେ କେହି ଭାଗ ନନେବାରୁ ଗୋରଖନାଥ ପିଠରେ ଭୋଗ ଓ ଦୀପ ଦୋକାନ ବନ୍ଦ

ଟେଣ୍ଡରରେ କେହି ଭାଗ ନନେବାରୁ ଗୋରଖନାଥ ପିଠରେ ଭୋଗ ଓ ଦୀପ ଦୋକାନ ବନ୍ଦ

ରଘୁନାଥପୁର, ୦୨/୦୪/୨୦୨୨( ଓଡ଼ିଶା ସମାଚାର )- ଦେବୋତର ବିଭାଗ ତରଫରୁ ଦୁଇ ଦୁଇ ଥର ଭୋଗ ଓ ଦୀପ ଦୋକାନ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲେ ବି ଏଥିରେ କେହି ଭାଗ ନନେବାରୁ ଅପ୍ରେଲ ପହିଲା ଠାରୁ ପିଠ ପରିସରରେ ଥିବା ଭୋଗ ଓ ଦୀପ ଦୋକାନ ବନ୍ଦ ହୋଇ ଯାଇଛି । ଫଳରେ ଠାକୁରଙ୍କ ପାଖକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଠାକୁରଙ୍କ ପାଖରେ ଭୋଗ ଓ ଦୀପ ନଲଗାଇପାରି ଅସ୍ତ ବ୍ୟସ୍ତ ହେବା ସହିତ ଆତ୍ମ ଗ୍ଳାନୀରେ ଫେରୁଥିବା ଦେଖାଯାଇଛି । ଏଥିପାଇଁ କିଛି ଭକ୍ତ ଓ ଶ୍ରଦ୍ଧାଳୁ ନିଜକୁ ଧିକାର କରୁଥିବାବେଳେ ଆଉ କିଛି ଦେବୋତର ବିଭାଗର ଅପାରଗତାକୁ ଦୋଷାରୋପ କରୁଛନ୍ତି । ସମଗ୍ର ରାଜ୍ୟରେ ବିଭୂତି କ୍ଷେତ୍ର ଭାବରେ ପ୍ରସିଦ୍ଧି ଲାଭ କରିଥିବା ପ୍ରଭୁ ଗୋରଖନାଥ ଙ୍କ ନିକଟକୁ ପ୍ରତ୍ୟେକ ଦିନ ରାଜ୍ୟ ର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କର ଆଗମନ ହୋଇଥାଏ । ସେମାନେ ନିଜର ମାନସିକ କାମନା କରି ଠାକୁରଙ୍କ ନିକଟରେ ଭୋଗ ଓ ଦୀପ ଲାଗି କରିଥାନ୍ତି । ପିଠ ପରିସରରେ ଥିବା ଏହି ଦୋକାନରୁ ସେମାନେ ଭୋଗ ଓ ଦୀପ ନପାଇ ମନ୍ଦିର ପ୍ରଶାସନକୁ ଦୋଷାରୋପ କରିଛନ୍ତି । ସୂଚନା ଯୋଗ୍ୟ କି ୨୦୨୨-୨୩ ପାଇଁ ମାର୍ଚ ମାସ ୨୮ ଓ ୩୦ ତାରିଖରେ ଦେବୋତର ବିଭାଗ  ତରଫରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା । କିନ୍ତୁ ଟେଣ୍ଡର ପକାଇବାର ନୀୟମାବଳୀ ସାଧାରଣରେ ଉପଲବ୍ଧ ନଥାଇ ଟେଣ୍ଡର ଫର୍ମ କିଣିଲେ ହିଁ ମନ୍ଦିର ତରଫରୁ ନୀୟମାବଳୀ ଦିଆଯାଉଥିଲା । ଭୋଗ ଓ ଦୀପ ଦୋକାନ ପାଇଁ ୨ ଟି ଫର୍ମ ବିକ୍ରୀ ହୋଇଥିଲେ ବି ନୀୟମାବଳୀର ଭୁଲ ନିଷ୍ପତି ଯୋଗୁ ଏହି ପ୍ରକ୍ରିୟାରେ କେହି ଭାଗ ନେଇନଥିଲେ । ନୀୟମାବଳୀ ଅନୁଯାୟୀ ୨ ଟଇ ଯାକ ଦୋକାନର ପ୍ରାଥମିକ ମୂଲ୍ୟ ଗତ ବର୍ଷ ର ମୂଲ୍ୟ ଠାରୁ ୨ ଗୁଣ କରାଯାଇଥିବାବେଳେ ଆଗତୁରା ୧୦ ପ୍ରତିଶତ ଅର୍ଥ ଜମାକଲେ ଜଣେ ପ୍ରକ୍ରିୟାରେ ଭାଗ ନେବ । ଏବଂ ପ୍ରାଥମିକ ମୂଲ୍ୟ ଠାରୁ  କମ୍ ରେ ଟେଣ୍ଡର ପକାଇଲେ ତାହାର ଅମାନତ ଟଙ୍କା ବାଯ୍ୟାପ୍ତ ହୋଇଯିବ । ତତସହିତ ଟେଣ୍ଡର ଧାରୀଙ୍କୁ ପୁନର୍ବାର ୫୦ ପ୍ରତିଶତ ଅର୍ଥ ତୁରନ୍ତ ପିଠ କରିବାକୁ ପଡ଼ିବ । ତେବେ ସଦ୍ୟ କୋଭିଡ଼ କଟକଣାରୁ ମୁକ୍ତ କରାଯାଇଥିବା ପିଠ ରେ ଗତ ବର୍ଷ ୨ ଟି ଦୋକାନ ପାଇଁ ଦୈନିକ ୧୩୩୬୪ ଟଙ୍କା ନିଆଯାଉଥିବାବେଳେ ଚଳିତ ବର୍ଷ ତାହାକୁ  ଦୈନିକ ୨୭ ହଜାର ଟଙ୍କା ରଖାଯାଇଥିଲା । ଏହାକୁ ହିସାବ କରାଗଲେ ବାର୍ଷିକ ୧ କୋଟି ଟଙ୍କା ରେ ଭୋଗ ଓ ଦୀପ ଦୋକାନ ନେବାକୁ ଥିବା ଇଛୁକ ବ୍ୟକ୍ତି ଅନ୍ୟୁନ ୫୦ ଲକ୍ଷ ଟଙ୍କା ତୁରନ୍ତ ମନ୍ଦିର ପାଣ୍ଠି ରେ ଜମା କରିବା କୌଣସି ସାଧାରଣ ଦୋକାନୀ ପାଇଁ ସମ୍ଭବ ନୁହେଁ । କୋଭିଡ଼ କଟକଣା ଉଠିଯାଇଥିଲେ ବି ପିଠକୁ ପୂର୍ବପରି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ ଦେଖିବାକୁମିଳୁନାହିଁ । ଏଭଳି ପରିସ୍ଥିତିରେ ଭୋଗ ଓ ଦୀପ ଦୋକାନର ଟେଣ୍ଡର ମୂଲ୍ୟ ୨ ଗୁଣ କରାଯିବାକୁ ସାଧାରଣ ରେ ନାପସନ୍ଦ କରାଯାଇଛି । ତେବେ ଏହାକୁ ନେଇ ପିଠକୁ ଆସୁୂଥିବା ଭକ୍ତ ମାନଙ୍କ ଭାବନାକୁ ଶକ୍ତ ଆଘାତ ଲାଗିଛି । ଏ ବିଷୟରେ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ଉପଦେଷ୍ଟାର ସୁରେନ୍ଦ୍ରନାଥ ସ୍ୱାଇଁ, ସୁଶାନ୍ତ କୁମାର ପଣ୍ଡା କହିଛନ୍ତି ଏହି ମୂଲ୍ୟରେ ୭ ଦିନ ଭିତରେ ସେମାନେ ଦୋକାନ ଖୋଲାଇ ଦେବେ ତେବେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଂଜନ ପରିଜା କହିଛନ୍ତି ଯେ ଦେବୋତର କମିଶନର ସ୍ତରରେ ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ । ତେବେ ଦୈନିକ ୨୭ ହଜାର ଟଙ୍କା ପାଇବାକୁ ଲକ୍ଷ ରଖି ୧୩୬୬୪ ଟଙ୍କା ହରାଉଥିବା ମନ୍ଦିରର ରୋଜଗାର ପାଇଁ କିଏ ଦାୟୀ ରହିବେ ତାହାକୁ ନେଇ ଚର୍ଚ୍ଚା ଲାଗିରହିଥିବାବେଳେ ତୁରନ୍ତ ଏହାର ସମାଧାନ କରିବାକୁ ସାଧାରଣ ରେ ଦାବି ହୋଇଛି ।  ଓଡ଼ିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *