କଟକ ସଦର,୦୨/୦୪/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ମୂଖ୍ୟ ପ୍ରାଧ୍ୟାପକ ଡଃ ରତ୍ନାକର ରାୟ ଓ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଅଧ୍ୟାପିକା ଅରୁଣା ଦାସ ଅଵସର ଗ୍ରହଣ କରିଥିଵାରୁ ତାଙ୍କୁ କଲେଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।ଏହି ଉପଲକ୍ଷେ ଅଧ୍ୟକ୍ଷ ପ୍ରଭାକର ସାହୁଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଭାରେ କଲେଜ ପରିଚାଳନା କମିଟି ସଭାପତି ଅଧ୍ୟାପିକା ଚାରୁଵାଳା ପଣ୍ଡା,୪୨ ମୈ।ଜା ସୂଦର୍ଶନ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡଃ ସୁଶାନ୍ତ କୁମାର କର ଵରେଣ୍ୟ ଅତିଥି ଭାଵେ ଯୋଗ ଦେଇ ଥିବା ଵେଳେ ପ୍ରଧ୍ୟାପକ ବଂଶୀଧର ମିଶ୍ର,ଅଧ୍ୟାପକ ଅଭୟ ସ୍ୱାଇଁ,ଡ.କଵିତା ଖଟାଇ, ବରିଷ୍ଠ ହିସାବ ରକ୍ଷକ କୃଷ୍ଣ ଚନ୍ଦ୍ର ମହାନ୍ତି,ଅଳକାନନ୍ଦା ମହାନ୍ତି, ପ୍ରଦୀପ୍ତ କୁମାର ପଣ୍ଡା, ମହମ୍ମଦ ସାଦିକ୍ ଅଲ୍ଲି,ଅଧ୍ୟାପକ ଵିଜୟଭୂଷଣ ମହାପାତ୍ର ପ୍ରମୁଖ ସମସ୍ତ କର୍ମଚାରୀ ଅଵସର ଗ୍ରହଣ କରିଥିବା ଦୁଇ ଅଧ୍ୟାପକ ଓ ଅଧ୍ୟାପିକାଙ୍କ କର୍ମମୟ ଜୀଵନ ଉପରେ ଆଲୋକପାତ କରିଥିଲେ।ସେମାନଙ୍କୁ ଉପଢୌକନ, ମାନପତ୍ର ଓ ଉପହାର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ଅଧ୍ୟାପକ ଡ. ଅନାଦି ଵରାଳ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ସମାଚାର