Saturday , August 13 2022
Breaking News
Home / ବିଶେଷ / କରୋନା ଯୋଦ୍ଧା ପ୍ରଲୋପ ମହାପାତ୍ର ସମ୍ବର୍ଦ୍ଧିତ 

କରୋନା ଯୋଦ୍ଧା ପ୍ରଲୋପ ମହାପାତ୍ର ସମ୍ବର୍ଦ୍ଧିତ 

କଟକ,୦୨/୦୪/୨୦୨୨(ଓଡ଼ିଶା ସମାଚାର) : କଟକ ସଦର ୪୨ ମୌଜା ଉପକଣ୍ଠ କୂଳସରିଚୁଆଁ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା କରୋନା ଯୋଦ୍ଧା ପ୍ରଲୋପ ମହାପାତ୍ର ସାହିତ୍ୟ ସଂସ୍କୃତି ସେବା,କରୋନା ମହାମାରୀ ସମୟରେ ଜନସଚେତତା ସହ ବିଶୋଧନ କାର୍ଯ୍ୟ ନୋଜ୍ ମାସ୍କ ସାନିଟାଇଜର ବଣ୍ଟନ,ରକ୍ତଦାନ ଶିବିର ଆୟୋଜନ, ପୂଜ୍ୟପୂଜା, ରୋଗୀସେବା, ନିଜ ଅଂଚଳର ଶିଶୁ ପ୍ରତିଭାର ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ,ଅନାଥାଶ୍ରମ ସେବା ଆଦି ଉଲ୍ଲେଖନୀୟ କୃତିତ୍ୱ ନେଇ ଐତିହାସିକ ବଳୀବାମନ ପୀଠ ଚନ୍ଦୁଲି ଠାରେ ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର ପକ୍ଷରୁ ଅନୁଷ୍ଠିତ ହୋଇଥିବା ପ୍ରତିଭା ଅନ୍ୱେଷଣ,ଆଲୋଚନା ଚକ୍ର  ଓ ସମ୍ବର୍ଦ୍ଧନା ପର୍ବରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସଭାପତି ପ୍ରତିଭା ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ,ଇଂ.ଅଶୋକ ବିଶ୍ଵାଳ,ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି,ଶିକ୍ଷୟତ୍ରୀ ପାପୁ ଦାସ, ଅଭିନେତା ଦୈତାରୀ ପ୍ରଧାନ,କରୋନା ଯୋଦ୍ଧା ଅଭିରାମ ସାହୁ,ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ,ବାବୁଲି ପାତ୍ର,ପବିତ୍ର ମୋହନ ଓଝାଙ୍କ ସହ ବହୁ କାର୍ଯ୍ୟକର୍ତ୍ତା,ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.