Tuesday , August 9 2022
Breaking News
Home / ବିଶେଷ / ଉତ୍କଳ ଦିବସ ରେ ବିଜେଡ଼ି ପାରିଷଦ ଙ୍କୁ ଉପେକ୍ଷା ଅଭିଯୋଗ

ଉତ୍କଳ ଦିବସ ରେ ବିଜେଡ଼ି ପାରିଷଦ ଙ୍କୁ ଉପେକ୍ଷା ଅଭିଯୋଗ

ଜୁନାଗଡ , ୦୨/୦୪/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ ) – ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ନବ ନିର୍ବାଚିତ ଅଧ୍ୟକ୍ଷ ଏବ୍ଂ ପାରିଷଦ ଅଫିସ କାର୍ୟ୍ୟ ରେ ଯୋଗ ଦେଇଛନ୍ତି । ଏନ୍ଏସି ପକ୍ଷ୍ୟରୁ ସ୍ଥାନୀୟ ଉତ୍କଳ ଦିବସ ପାଳନ ରେ ସମସ୍ତ ବିଜେଡି ପାରିଷଦ ଙ୍କୁ କୋଣସି ସୂଚନା ନ ଦେଇ ଉପକ୍ଷା କରାଯାଇଥିବା ରୁ ସେମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ତୀବ୍ର ବିରୋଧ କରିଛନ୍ତି । ସ୍ଥାନୀୟ ବିଜେଡି କାର୍ୟ୍ୟାଳୟରେ ରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଯେ ଜୁନାଗଡ ଆହାର କେନ୍ଦ୍ର ଠାରେ ଏନ୍ ଏ ସି ପକ୍ଷ୍ୟରୁ ଉତ୍କଳ ଦିବସ ପାଳନ ହୋଇଥିଲା । ସେଠାରେ ଏନ୍ଏସି ନୂତନ ନଗର୍ ପାଲ ସହ ତାଙ୍କ ଦୁଇ ଜଣ ପାରିଷଦ ଅଫିସ କର୍ମଚାରି ଉପସ୍ଥିତ ରହିଥିଲେ । ହେଲେ ଏଠାରେ ନିର୍ବାଚିତ ବିଜେଡି ପାରିଷଦ ଙ୍କୁ କୋଣସି ସୂଚନା ଦିଆ ନ ଯାଇ ଉପେକ୍ଷା କରାଯାଇଛି । ଏଣୁ ଏହା ଗଣତାନ୍ତ୍ର ପ୍ରତି ବିଶ୍ବାସ ଘାତକତା ଓ ନିର୍ବାଚିତ ହେଲା ପରେ ଦଳ ମତ ନିର୍ବିଶେଷରେ ଜନ ମତ କୁ ସମ୍ମାନ ଦେଇ ଜୁନାଗଡ କୁ ମିଳିତ ଭାବେ ବିକାଶ କରିବାର ପ୍ରତିବଦ୍ଧତା ରହିଥିବା ବେଳେ ଏହାର ଓଲଟା ଆଭିମୁଖ୍ୟ ସହ ମନମୁଖୀ କାର୍ୟ୍ୟ କଳାପ କୁ ତୀବ୍ର ବିରୋଧ କରାଯାଇଛି । ଏଣୁ ଏହି ନିର୍ବାଚିତ ପାରିଷଦ ଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ ହେଲେ ଏହାର କଡା ଜାବାବ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି କାର୍ୟ୍ୟକ୍ରମ ରେ ଦଳ ର ବରିଷ୍ଟ କର୍ମ କର୍ତ୍ତା ରଶ୍ମି ରଞ୍ଜନ ନାୟକ ପରିଚାଲନା କରିଥିବା ବେଳେ ପାରିଷଦ ହିମାଦ୍ରୀ ସିନ୍ଦୂର,ମୀନତି ମାଝୀ. ହିମାଦ୍ରୀ ନାୟକ, କୁନି ସବର, ପୁଷ୍ପାଞ୍ଜଳି ଦଣ୍ଡସେନା, କାହ୍ନୁ ବଇଠାରୁ, ଭୂପେନ୍ଦ୍ର ଦଣ୍ଡସେନା, ଚକ୍ର ବାଗ, ସଚିନ ଆନ୍ଦାନୀ, ଗୋପାଳ ଚନ୍ଦନ ଏବ୍ଂ ଦଳୀୟ କର୍ମ କର୍ତ୍ତା ଉପସ୍ଥିତ ଥିଲେ । ଅନ୍ୟ ପକ୍ଷରେ ଅଧ୍ୟକ୍ଷ୍ୟ ମୁକେଶ ଅଗ୍ରୱାଲ ଏହାକୁ ଖଣ୍ଡନ କରିଛନ୍ତି ଓ କହିଥିଲେ ଯେ ସେଠାରେ ଉତ୍କଳ ଦିବସ ପାଳନ କରାଯାଇନାହିଁ ,ଆହାର କେନ୍ଦ୍ର ପ୍ରତିଷ୍ଠା ଦିବସ ପାଇଁ ସେମାନ ଙ୍କ ସୂଚନା ମତେ ଆମେ ପରିଦର୍ଶନରେ ଯାଇଥିଲୁ ବୋଲି ତାଙ୍କ ପତିକ୍ରିୟାରେ କହିଥିଲେ। ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.