Thursday , August 18 2022
Breaking News
Home / ବିଶେଷ / ଯୁବତୀଙ୍କୁ ଅପହରଣ ଓ ବେଆଇନଭାବେ ଅଟକ ରଖିଥିବା ଅଭିଯୋଗରେ ଯୁବକଙ୍କୁ   ଜେଲ୍ ଓ ଜୋରିମାନା

ଯୁବତୀଙ୍କୁ ଅପହରଣ ଓ ବେଆଇନଭାବେ ଅଟକ ରଖିଥିବା ଅଭିଯୋଗରେ ଯୁବକଙ୍କୁ   ଜେଲ୍ ଓ ଜୋରିମାନା

କନ୍ଧମାଳ,୦୧/୦୪/୨୨(ଓଡିଶା ସମାଚାର /ସଞ୍ଜୟ କୁମାର ପାଣିଗ୍ରାହୀ) :୨୦୨୦ମସିହା ମାର୍ଚ୍ଚ ମାସ ୧୧ ତାରିଖରେ ଫିରିଙ୍ଗିଆ ଥାନାରେ ଜଣେ ଯୁବତୀଙ୍କ ଏତଲା ଆଧାରରେ ଫିରିଙ୍ଗିଆ ଥାନା କେଶ୍ ନଂ.୨୨/୨୦ରେ ଏକ ମକଦ୍ଦମା ରୁଜ୍ଜୁ ହୋଇଥିଲା।ଘଟଣା ରୁ ପ୍ରକାଶ ଯେ, ଗୋଛାପଡା ଥାନା ଅନ୍ତର୍ଗତ ସଲାଗୁଡା ଗ୍ରାମର ପ୍ରଶାନ୍ତ କୁମାର ମହାକୁଡ଼ ନାମକ ଜଣେ ଯୁବକ ଅଭିଯୋଗକାରିଣୀ ଯୁବତୀଙ୍କୁ ତାଙ୍କ ଘର ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅପହରଣ କରି ନେଇଥିଲେ ଓ ତାଙ୍କ ଘରେ ଦୁଇମାସ ପର୍ଯ୍ୟନ୍ତ ଅଟକ ରଖି ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ ମଧ୍ୟ ପରେ ତାଙ୍କୁ ବିବାହ ନ କରି ଛାଡ଼ି ଦେଇଥିଲେ। ଯୁବତୀ ଜଣକ କିଛି ଦିନ ଅପେକ୍ଷା କରିଥିଲେ ମଧ୍ୟ ଯୁବକ ଫେରିନଥିଲେ । ଏଣୁ ଯୁବତୀ କେଶ୍ କରିଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ଯୁବକଙ୍କ ବିରୋଧ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାର ବିଚାର କରି ସ୍ଥାନୀୟ ଫାଷ୍ଟ ଟ୍ରାକ କୋର୍ଟର ମାନ୍ୟବର ଅତିରିକ୍ତ ଦୈ।ରା ଜଜ୍ ଭାସ୍କର ଚନ୍ଦ୍ର ସାହୁ ଦୋଷୀ ଯୁବକଙ୍କୁ ଦଫା ୩୬୬/ ୩୪୪ରେ ଦଣ୍ଡିତ କରିଛନ୍ତି।ଦଫା ୩୬୬ ରେ ୩ ବର୍ଷ ଜେଲଦଣ୍ଡ ସହ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ତିନି ମାସ ଜେଲଦଣ୍ଡ ଏବଂ ଦଫା ୩୪୪ ରେ ଏକବର୍ଷ ଜେଲଦଣ୍ଡ ସହିତ ପାଞ୍ଚ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକମାସ ଜେଲଦଣ୍ଡ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ସାଧାରଣ ଅଭିଯୋଜକ ବିଜୟକୃଷ୍ଣ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ। ଓଡିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.