Tuesday , August 9 2022
Breaking News
Home / ବିଶେଷ / ଯୁବକ ଙ୍କ ସନ୍ଦେହ ଜନକ ମୃତ୍ୟୁ:ପୋଲିସ ର ତଦନ୍ତ ଆରମ୍ଭ 

ଯୁବକ ଙ୍କ ସନ୍ଦେହ ଜନକ ମୃତ୍ୟୁ:ପୋଲିସ ର ତଦନ୍ତ ଆରମ୍ଭ 

ବାଲିଗୁଡା,୦୧/୦୪/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ୫ ନମ୍ବର ୱାର୍ଡ ନୂଆସାହି ର ସୁନାଦଡ଼ି ସାହିରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣାପଡିଛି । ଯୁବକ ଜଣକ ହେଲେ ନୟାଗଡ଼ ନିକଟସ୍ଥ ମାଙ୍କପାଲି ଶିମିଳିସାହିର ବିକ୍ରମ କୁମାର ମହାନ୍ତି, ପିତା ଜଗନାଥ ମହାନ୍ତି ବୋଲି ଜଣାପଡ଼ିଛି । ସୁନାଦଡ଼ି ସାହି ର ଲୋକ କହିବା ଅନୁସାରେ ରାଇକିଆର ଗୋଟିଏ ମହିଳାଙ୍କୁ ବିବାହ କରିଥିଲେ । ସେହି ମହିଳା ଙ୍କ ନାମ ରାଜକୁମାରୀ ପ୍ରଧାନ ବୋଲି ଲୋକେ କହିଛନ୍ତି । ରାଜ କୁମାରୀ ପ୍ରଧାନ ସୁନାଦଡ଼ି ସାହିରେ ଘର କରି ରହୁଥିଲେ । ବର୍ତ୍ତମାନ ଗୋଟିଏ ବର୍ଷ ହେବ ରାଜକୁମାରୀ ସେହି ଘରେ ରହୁ ନାହାନ୍ତି । ଗତକାଲି ଗୁରୁବାର ରାତିରେ ବିକ୍ରମ ଆସି ଉକ୍ତ ଘରେ ପହଂଚିଥିଲେ, ଦିନ ବେଳେ ବିକ୍ରମ ପିଣ୍ଡା ରେ ପଟି ପକାଇ ଶୋଇଛନ୍ତି ହେଲେ ଆଉ ଉଠି ନାହାନ୍ତି ବୋଲି ସାହିର ଲୋକ ପୁଲିସ କୁ ଜଣାଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ପୁଲିସ ଏସଆଇ କୁଳମଣି ରାଉତ ଏବଂ ପୁଲିସ କର୍ମଚାରୀ ପହଞ୍ଚି ମୁତ ଶରୀର କୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ଓଡିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.