Tuesday , August 16 2022
Breaking News
Home / ବିଶେଷ / ବଡ଼ବେତ୍ରା ପଂଚାୟତରେ ଉତ୍କଳ ଦିବସ ପାଳିତ

ବଡ଼ବେତ୍ରା ପଂଚାୟତରେ ଉତ୍କଳ ଦିବସ ପାଳିତ

ଗରଦପୁର,୦୧/୦୪/୨୦୨୨( ଓଡ଼ିଶା ସମାଚାର )-ଗରଦପୁର ବ୍ଲକ୍ ଅନ୍ତର୍ଗତ ବଡ଼ବେତ୍ରା ପଂଚାୟତ କାର୍ୟ୍ୟାଳୟରେ ପବିତ୍ର ଉତ୍କଳ ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି ।  ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ନାରାୟଣ ମିଶ୍ର ସଭାପତିତ୍ୱ କରିଥିଲେ ।  ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ବିଦୁପ୍ରସାଦ ରାଉତରାୟ, ସମ୍ମାନୀତ ଅତିଥି ଭାବେ କବି ବିଜନ ରାୟ, ସମାଜ ସେବୀ ନଗେନ୍ଦ୍ର ମହାପାତ୍ର, ସାମ୍ବାଦିକ ହରିହିର ତ୍ରିପାଠୀ, ପୂର୍ବତନ ପ୍ରଶାସନିକ ଅଧିକାରୀ ଶରତ ଚନ୍ଦ୍ର ଦାସ, ପୂର୍ବତନ ଶିକ୍ଷକ ଅନନ୍ତ କୁମାର ପରିଡ଼ା ପ୍ରମୁଖ ଯୋଗଦେଇ ଉତ୍କଳ ଦିବସ ପାଳନର ମହତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ଓଡ଼ିଆ ଅସ୍ମିତା ,ଆମର ଭାଷା ଓ ସଂସ୍କୃତିର ସୁରକ୍ଷା ଦିଗରେ ପଂଚାୟତ ସ୍ତରରେ ପାଳିତ ଏହି ଉତ୍ସବ ଏକ ବଳିଷ୍ଠ ପଦକ୍ଷେପ ବୋଲି କହିଥିଲେ । ପ୍ରାରମ୍ଭରେ ପଂଚାୟତର ନବ ନିର୍ବାଚିତ ସରପଂଚ ସଂଯୁକ୍ତା ମହାପାତ୍ର ଅତିଥି ପରିଚୟ ଦେବା ସହିତ ସ୍ୱାଗତ ଅଭିଭାଷଣ ଦେଇଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପଂଚାୟତର ପୂର୍ବତନ ସରପଂଚ ଗୌତମ କୁମାର ବାରିକ, ପୂର୍ବତନ ସରପଂଚ ବନ ବିହାରୀ ରାଉତରାୟ,  ଶରତ ଚନ୍ଦ୍ର ବେଉରା, ମନୋରଂଜନ ପରିଡ଼ା, ନଳିନୀକାନ୍ତ ରଥ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ରମେଶ ଚନ୍ଦ୍ର ଶତପଥି ସଭା ମଂଚ ପରିଚାଳନା କରିଥିଲେ । ପରିଶେଷରେ ସରପଂଚ ପ୍ରତିନିଧି କିଶୋର କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସ୍ଥାନୀୟ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.