କଟକ ସଦର, ୦୧/୦୪/୨୨ (ଓଡିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଵ୍ଲକ ଅନ୍ତର୍ଗତ ଧରିଣା ପଞ୍ଚାୟତ ପାରାଵିଲ ସରକାରୀ ବିଦ୍ୟାଳୟରେ ଦୀର୍ଘ ୨୩ ଵର୍ଷ ହେଲା ଶିକ୍ଷୟତ୍ରୀ ଭାଵେ କାର୍ଯ୍ୟକରି ପ୍ରଧାନ ଶିକ୍ଷୟିତ୍ରୀ ଭାଵେ ଅଵସର ନେଇଥିଵାରୁ ଏବଂ ଅନ୍ୟ ଜଣେ ସହକାରୀ ଶିକ୍ଷୟତ୍ରୀ ପ୍ରତିଭା ରାୟଙ୍କ ଵଦଳୀ ଅଵସରରେ ଆଜି ଶୁକ୍ରବାର ଉତ୍କଳ ଦିଵସ ଅଵସରେ ଏକ ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇଥିଲା।ଏହି ଉପଲକ୍ଷେ ପାରାଵିଲ ଗ୍ରାମକମିଟି ସଭାପତି ବରିଷ୍ଠ ଶିକ୍ଷାବିତ ଧରଣୀଧର ଵେହେରାଙ୍କ ପୈ।ରୋହିତ୍ୟ ଓ ସାଧାରଣ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ବେହେରାଙ୍କ ସଂଯୋଜନାରେ ଆୟୋଜିତ ସଭାରେ କୋଷାଧ୍ୟକ୍ଷ ଉମେଶ ଚନ୍ଦ୍ର ଵାଡୀ,ଧରିଣା ସରପଞ୍ଚ ରତ୍ନାକର ରାଉତ,
ସମିତି ସଭ୍ୟା ସସ୍ମିତା ଦାଶ,ସିଆରସିସି ଅକ୍ଷୟ କୁମାର ସେଠୀ,ଯୁଵଦ୍ୟୋଗୀ ସରୋଜ କୁମାର ପାତ୍ରଙ୍କ ସମେତ ଵହୁ ଵରେଣ୍ୟ ଅତିଥି ମାନେ ଯୋଗ ଦେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସଂଜୁ ଦିଦିଙ୍କର ଦୀର୍ଘ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ।ଏହି ଅଵସରରେ ଗ୍ରାମକମିଟି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯିଵା ପରେ ଅନ୍ୟମାନେ ସମ୍ବର୍ଦ୍ଧିତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣିମା ମିଶ୍ର ପରିଚାଳନା କରିଥିବା ବେଳେ ଶେଷରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଭୟ କୁମାର ଵାଡୀ ଧନ୍ୟବାଦ ଅର୍ପଣ କରିଥିଲେ। ଓଡିଶା ସମାଚାର
