ସାଲେପୁର, ୦୧/୦୪/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ଆଜିସମଗ୍ର ରାଜ୍ୟରେ ଉତ୍କଳ ଦିବସପାଳନ କରାଯାଉଛି । ଆଜିର ମହାନ ଦିବସ କୁ ସମଗ୍ର ରାଜ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଉଛି । ଏହି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ଯେଉଁ ପ୍ରମୁଖ ବିନ୍ଧାଣି ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣକରିଥିଲେ, ସେମାନେ ହେଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ପାରଳା ମାହାରାଜା କୃଷ୍ଣଚନ୍ଦ୍ର ଗଜପତି,ବ୍ୟାସକବି ଫକୀରମୋହନ ସେନାପତି,ଉତ୍କଳ ମଣିଗୋପବନ୍ଧୁ ଦାସ,ସ୍ୱଭାବ କବି ଗଙ୍ଗାଧର ମେହେର,ରାଧାନାଥ ରାୟ।ପ୍ରମୁଖ ବଙ୍ଗ ,ବିହାର ,ଓଡିଶା ଏକତ୍ର ଥିଲା।ବଙ୍ଗୀୟ ମାନେ ଓଡିଶା ରେ ରାଜୁତି କରୁଥିଲେ ଓ ଓଡିଶା ର ଲୋକମାନଙ୍କୁ ନୀଚ ଓ ହୀନଦୃଷ୍ଟିରେ ଦେଖୁଥିଲେ। ଓଡିଶା କୁ ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ରେ ପରିଣତ କରିବାରେ ଆମ ବରପୁତ୍ର ମାନଙ୍କ ଅବଦାନଅତୁଳନୀୟ । ଆମ ରାଜ୍ୟ ଓଡିଶା ୧୯୩୬ମସିହା ଏପ୍ରିଲ ମାସ ୧ତାରିଖରେ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ରେ ପରିଣତ ହୋଇଥିଲା।
ବାସ୍ତବ କ୍ଷେତ୍ରରେ ଆମ ରାଜ୍ୟ ଓଡିଶା ଆଜି ବହୁ ପ୍ରଗତିପଥରେ ଅଗ୍ରସର ହୋଇଛି ସତ, ମାତ୍ର ବିଡ଼ମ୍ବନା ର ବିଷୟ ଯେ ଓଡିଶା ର ଯେଉଁ ଵୀର ଓ ବରପୁତ୍ର ମାନେ ସେମାନଙ୍କ ତ୍ୟାଗ ନିଷ୍ଠା ଓ ଏକାଗ୍ରତା ବଳରେ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟରେ ପରିଣତ କରିଛନ୍ତି, ସେମାନଙ୍କୁ ଆମେ ଉପଯୁକ୍ତ ସମ୍ମାନ ପ୍ରଦାନ ପୂର୍ବକ ମନେରଖି ଛୁକି? ସେହିପରି ସରକାରୀ ସ୍ତରରେ ଆବଶ୍ୟକ ପଦକ୍ଷେପ ନିଆଯାନ୍ତା, ତେବେ ଓଡ଼ିଆ ଭାଷା କୁ ପ୍ରତ୍ୟକ କାର୍ୟ୍ୟାଳୟ ରେ ବାଧ୍ୟତାମୂଳକ କରାଯିବା ସହିତ ପ୍ରତ୍ୟକ ସରକାରୀ ଅଫିସ ପରିସରରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଆନ୍ତାବୋଲି ମତପ୍ରକାଶ ପାଉଛି । ଉତ୍କଳଗୌରବ ମଧୁସୂଦନ ଙ୍କ ଜନ୍ମମାଟି ସାଲେପୁର ର ସତ୍ୟଭାମାପୁର ରେ ଆବଶ୍ୟକୀୟ ବିକାଶ ହୋଇପାରିନାହିଁ।କେବଳ ସରକାରୀ ଅନୁଦାନରେ ପ୍ରାଚୀର ଭିତରେ କାମ ଚାଲିଥିଲେ ହେଁ ତାହା ସମ୍ପୂର୍ଣ ହୋଇପାରିନାହିଁ।ଯଦି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତି ,ଏହି ସ୍ଥାନ ଆହୁରି ବିକଶିତ ହୋଇପାରିବା ସହିତ ରାଜ୍ୟ ପର୍ୟ୍ୟଟନ ମାନଚିତ୍ର ରେ ସ୍ବତନ୍ତ୍ର ଅଧିକାର କରିପାରନ୍ତାବୋଲି ବୁଦ୍ଧିଜୀବୀ ମହଲ ରେ ମତପ୍ରକାଶ ପାଉଛି । ଓଡ଼ିଶା ସମାଚାର