Tuesday , August 9 2022
Breaking News
Home / ବିଶେଷ / ଦେୟ ମୁକ୍ତ ଅସ୍ଥି ଘନତ୍ଵ ପରୀକ୍ଷା ଶିବିର

ଦେୟ ମୁକ୍ତ ଅସ୍ଥି ଘନତ୍ଵ ପରୀକ୍ଷା ଶିବିର

କଟକ, ୦୧/୦୪/୨୦୨୨( ଓଡ଼ିଶା ସମାଚାର / ଦେବଶିଷ ରଥ)-ରୋଟାରୀ କ୍ଲବ କଟକ ମହାନଦୀ ପକ୍ଷରୁ କଟକର ମହାନଦୀ ବିହାରସ୍ଥିତ ମହ୍ଲାର ଅନୁଷ୍ଠାନ ପରିସରରେ ଏକ ଦେୟ ମୁକ୍ତ ଅସ୍ଥି ଘନତ୍ଵ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭୯ ଜଣ ବ୍ୟକ୍ତିଙ୍କର ପରୀକ୍ଷା କରାଯାଇଥିଲା। ପ୍ରଫେସର ବସନ୍ତ ବେହେରା ଏହି ଶିବିରରେ ଉପସ୍ଥିତ ରହି ରୋଗୀମାନଙ୍କୁ ପରାମର୍ଶ ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଅସ୍ଥିର ଘନତ୍ଵ ପରୀକ୍ଷା ବ୍ୟୟ ବହୁଳ ଓ ଅତ୍ୟନ୍ତ ଆବଶ୍ୟକ। ଏହି ଶିବିରରେ କ୍ଲବର ଆସିଷ୍ଟାଣ୍ଟ ଗଭର୍ଣ୍ଣର କୃଷ୍ଣ କୁମାର ଦାସବର୍ମା ଯୋଗ ଦେଇ ଏହି କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ। କ୍ଲବର ସଭାପତି ରାଜଲକ୍ଷ୍ମୀ ପାତ୍ର , ସେକ୍ରେଟାରୀ ଲଳିତ କୁମାର ରାଉତ , ନଟବର ପଣ୍ଡା , ସୁଜାତା ମହାପାତ୍ର , ପ୍ରତିମା ଦାସ , ସଞ୍ଜୟ ଛାପୋଲିଆ , ପ୍ରମିଳା ଦାସବର୍ମା , ସରିତା ମିଶ୍ର , ଉ . କ. ଭାଗ୍ୟଶ୍ରୀ , ସଂଯୁକ୍ତା ପାତ୍ର, ସବିତା ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଏହି ଶିବିରକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.