Thursday , June 30 2022
Breaking News
Home / ବିଶେଷ / କୋଭିଡ୍ କଟକଣାକୁ ହଟାଇଲେ ରାଜ୍ୟ ସରକାର , ମାସ୍କ ଓ ହ୍ୟାଣ୍ଡ ସାନିଟାଇଜ୍ ବଳବତ୍ତର

କୋଭିଡ୍ କଟକଣାକୁ ହଟାଇଲେ ରାଜ୍ୟ ସରକାର , ମାସ୍କ ଓ ହ୍ୟାଣ୍ଡ ସାନିଟାଇଜ୍ ବଳବତ୍ତର

ଭୁବନେଶ୍ୱର, ୦୧/୦୪/୨୦୨୨( ଓଡ଼ିଶା ସମାଚାର )- କରୋନା ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍ ମହାମାରୀ ଆଇନ ଅନୁଯାୟୀ ଏଣିକି କୌଣସି ମାମଲା ରୁଜୁ ନ କରିବା ଲାଗି ମାର୍ଚ୍ଚ ୩୧ ତାରିଖ ସମୟ ସୀମା ଧାର୍ୟ୍ୟ କରି ସବୁ ରାଜ୍ୟଙ୍କୁ ନିର୍ଦେଶ ଦେଇଥିଲେ। ସେହି ଆଧାରରେ ଓଡ଼ିଶା ସରକାର କୋଭିଡ୍ ଆଇନ ପ୍ରତ୍ୟାହାର କରିଛନ୍ତି। ଫଳରେ ଏଣିକି ଜୀବନଜୀବିକା ସ୍ୱାଭାବିକ ହେବା ପରେ ରାଜ୍ୟ ସରକାର ସମସ୍ତ ପ୍ରକାରର କୋଭିଡ୍ କଟକଣାକୁ ହଟାଇ ଦେଇଛନ୍ତି। ବିପର୍ୟ୍ୟୟ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ କୋଭିଡ୍ ପରିଚାଳନା କରାଯାଉଥିବା ବେଳେ ଏହି ମହାମାରୀ ସଂକ୍ରାନ୍ତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି। ତେବେ ମାସ୍କ (ତୁଣ୍ଡି) ପରିଧାନ ଓ ହାତ ଧୋଇବା (ହ୍ୟାଣ୍ଡ ସାନିଟାଇଜ୍) ବଳବତ୍ତର ରଖିବାକୁ ପରାମର୍ଶ ଦିଆଯାଇଛି।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ୟ୍ୟାଳୟରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ୨୦୨୦ ମାର୍ଚ୍ଚ ୧୩ ତାରିଖରେ ବିପର୍ୟ୍ୟୟ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ କୋଭିଡକୁ ମହାମାରୀ ଘୋଷଣା କରାଯିବା ସହ ଏହାର ପରିଚାଳନା ନିମନ୍ତେ ଆବଶ୍ୟକ ମାର୍ଗଦର୍ଶିକା ଜାରି ହୋଇଥିଲା; କିନ୍ତୁ ସମଗ୍ର ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ଓ କେନ୍ଦ୍ର ସରକାର ବିପର୍ୟ୍ୟୟ ଆଇନରୁ କୋଭିଡ୍ ପରିଚାଳନାକୁ ବାଦ୍ ଦେବା ସଂକ୍ରାନ୍ତ ବିଜ୍ଞପ୍ତି ମାର୍ଚ୍ଚ ୨୨ତାରିଖରେ ଜାରି କରିବା ସହ ସମସ୍ତ ରାଜ୍ୟକୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଓଡ଼ିଶା ସରକାର ମାର୍ଚ୍ଚ ୨୮ତାରିଖରେ ଏହି କୋଭିଡ୍ ପରିଚାଳନାକୁ ବିପର୍ୟ୍ୟୟ ଆଇନ-୨୦୦୫ରୁ ବାଦ୍ ଦେବାକୁ ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ରାଜ୍ୟରେ କୋଭିଡ୍ ମାମଲା ବୃଦ୍ଧି ପାଇଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଆଧାରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତ୍ୱରିତ୍ କାର୍ୟ୍ୟାନୁଷ୍ଠାନ ଓ ପଦକ୍ଷେପ ନେଇପାରିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ଦେଶରେ କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହେବା ପରେ ଓଡ଼ିଶା ସରକାର ୨୦୨୦ ମାର୍ଚ୍ଚ ୧୩ତାରିଖରେ ଏହାକୁ ମହାମାରୀ ଘୋଷଣା କରିବା ସହ ବିପର୍ୟ୍ୟୟ ଆଇନ-୨୦୦୫ ଅନ୍ତର୍ଗତ ଏହାର ପରିଚାଳନା କରିଥିଲେ। ଓଡ଼ିଶା ସମାଚାର

About admin

Check Also

ମିଶନଶକ୍ତି ଗୃହ ଉଦଘାଟିତ 

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ବଙ୍ଗାଳପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ମିଶନଶକ୍ତି ଗୃହ ଉଦଘାଟିତ ହୋଇ ଯାଇଛି । ଏହି ଗୃହକୁ …

Leave a Reply

Your email address will not be published. Required fields are marked *