Tuesday , August 9 2022
Breaking News
Home / ରାଜନୀତି / କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସଙ୍କୁ ପାରାଵିଲ୍ ରେ ନାଗରିକ ସମ୍ବର୍ଦ୍ଧନା

କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସଙ୍କୁ ପାରାଵିଲ୍ ରେ ନାଗରିକ ସମ୍ବର୍ଦ୍ଧନା

କଟକ ସଦର, ୦୧/୦୪/୨୨ (ଓଡିଶା ସମାଚାର /ଵିଷ୍ଣୁ ବେହେରା): କଟକ ଜିଲ୍ଲା ୭ ନଂ ଜିଲ୍ଲା ପରିଷଦ ସଭ୍ୟା ତଥା ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ତଥା କଟକ ଯୋନ୍ ମହିଳା ଵିଜେଡି ସଭାପତି ସୁଭଦ୍ରା ଦାସଙ୍କୁ ଧରିଣା ପଞ୍ଚାୟତ ପାରାଵିଲ ଗ୍ରାମରେ ଆଜି ଶୁକ୍ରବାର ଦିନ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି।ଏହି ଉପଲକ୍ଷେ ଭୂଵନେଶ୍ୱର ଜିଲା ଵିଜେଡି ସାଧାରଣ ସମ୍ପାଦକ ସରୋଜ ପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଧନା ସଭାରେ ଵିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ଵ୍ଲକ ପ୍ରତିନିଧି ବିଭୁତି ଭୁଷଣ ପରିଡ଼ା,ଗ୍ରାମ କମିଟି ସଭାପତି ବିଶିଷ୍ଟ ଶିକ୍ଷାବିତ ଧରଣୀଧର ଵେହେରା, ସାଧାରଣ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ଵେହେରା, କୋଷାଧ୍ୟକ୍ଷ ଉମେଶ ଚନ୍ଦ୍ର ଵାଡୀ,ଧରିଣା ପଞ୍ଚାୟତ ର ପୂର୍ବତନ ଵିଜେଡି ସଭାପତି ଗୋକୁଳାନନ୍ଦ ବୈଶାଖ,ସଦର ଯୁଵ ଵିଜେଡି ସଭାପତି ହିମାଂଶୁ ଦାଶ,ଵ୍ଲକ ସଭାପତି ଚିତ୍ତରଂଜନ ବେହେରା, ସରପଞ୍ଚ ରତ୍ନାକର ରାଉତ,ସମିତି ସଭ୍ୟା ସସ୍ମିତା ଦାଶ ପ୍ରମୁଖ ଯୋଗ ଦେଇ ଉପାଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।କାର୍ୟ୍ୟକ୍ରମ ପରିଚାଳନାରେ ରମେଶ ଚନ୍ଦ୍ର ସତପଥି, ବିଶ୍ୱଜିତ୍ ସତପଥି,ଅଭୟ କୁମାର ଵାଡୀ,ଵିଭୂରଂଜନ ଵେହେରା,ପ୍ରତାପ ରାଉତରାୟ, ପାର୍ଥସାରଥୀ ରାଉତରାୟ, ପବିତ୍ର ଵାରିକ ପ୍ରମୁଖ ଵହୁ ଵିଜେଡି ଯୁଵ କର୍ମୀ ସହାୟତା କରିଥିଲେ। ଓଡିଶା ସମାଚାର

About admin

Check Also

ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱଗତ ଜଣାଇବା ପାଇଁ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

Leave a Reply

Your email address will not be published.