Wednesday , September 28 2022
Breaking News
Home / ବିଶେଷ / ବ୍ୟୟମଞ୍ଜୁରୀ ବିଲ୍ ପାରିତ , ଶେଷ ହେଲା ବିଧାନସଭା ଅଧିବେସନ

ବ୍ୟୟମଞ୍ଜୁରୀ ବିଲ୍ ପାରିତ , ଶେଷ ହେଲା ବିଧାନସଭା ଅଧିବେସନ

ଭୁବନେଶ୍ୱର, ୩୧/୦୩/୨୦୨୨( ଓଡ଼ିଶା ସମାଚାର )- ଶେଷ ହେଲା ବିଧାନସଭା ଅଧିବେସନ । ଏହି ଅ÷ଧିବେସନ ରେ ସମୁଦାୟ ୬ଟି କାର୍ୟ୍ୟ ଦିବସ ରହିଥିଲା । ୨ଟି ମୁଲତବୀ ପ୍ରସ୍ତାବ, ୪ଟି ଅଧ୍ୟାଦେଶ ଓ ୫ଟି ବିଲ୍ ଉପସ୍ଥାପିତ ହୋଇଛି । ଏଥିସହିତ ବ୍ୟୟମଞ୍ଜୁରୀ ବିଲ୍ ବିଧାନସଭାରେ ପାରିତ ହୋଇଛି ।
ଆଜି ଥିଲା ବିଧାନସଭା ବଜେଟ୍ ଅଧିବେଶନର ଶେଷ ଦିନ । ପ୍ରଶ୍ନ କାଳରେ ଜଳସମ୍ପଦ, ଯୋଜନା ସଂଯୋଜନା, କ୍ରୀଡା ଓ ଯୁବ ବ୍ୟାପାର, ସୂଚନା ଓ ଲୋକସଂପର୍କ , ବାଣିଜ୍ୟ, ପରିବହନ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଆଲୋଚନା ହୋଇଥିଲା । ସେହିପରି ଅପରାହ୍ନରେ ଗୃହରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ଏହା ଗୃହରେ ପାରିତ ହୋଇଛି ।
ବାଚସ୍ପତି, ମନ୍ତ୍ରୀ ଓ ବିଧାୟକ ସମସ୍ତେ ଚିଲିକା ବୁଲିଯିବେ । ଚିଲିକା ବୁଲିଯିବା ନେଇ ମଧ୍ୟ ଗୃହରେ ଆଜି ଘୋଷଣା ହୋଇଥିଲା । ବିଧାନସଭା ପକ୍ଷରୁ ସମସ୍ତଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ବିଧାନସଭାରେ ଏନେଇ ଘୋଷଣା କରିଥିଲେ ।ଆସନ୍ତା ଏପ୍ରିଲ୍ ମାସ ୧୫ ତାରିଖ ରେ ସମସ୍ତେ ଚିଲିକା ବୁଲିବାକୁ ଯିବେ । ଏଥିଲାଗି ୬ ତାରିଖ ସୁଦ୍ଧା ଇଚ୍ଛୁକ ଥିବା ମନ୍ତ୍ରୀ ଓ ବିଧାୟକମାନେ ବିଧାନସଭା ସଚିବାଳୟକୁ ଅବଗତ କରିବେ । ୧୫ ତାରିଖ ଦିନ ସକାଳ ୭ଟାରେ ବିଧାନସଭାରେ ସମସ୍ତଙ୍କୁ ପହଞ୍ଚିବା ପାଇଁ ପରାମର୍ଶ ଦିଆଯାଇଛି । ବ୍ରେକ୍ ଫାଷ୍ଟ ପରେ ସମସ୍ତେ ଆଇଏନ୍ଏସ୍ ଚିଲିକା ଯିବେ । ସେଠାରେ କାଳିଯାଇ ବୁଲିବେ ଏବଂ ଆଇଏନ୍ଏସ୍ ଚିଲିକାରେ କେମିତି ଯୁଦ୍ଧ ନେଇ ପ୍ରସ୍ତୁତି ହେଉଛି, ତାହା ଦେଖିବେ । ଶେଷରେ ସଂଧ୍ୟା ୬ଟାରେ ସମସ୍ତେ ଘରକୁ ଫେରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.