Saturday , August 13 2022
Breaking News
Home / ବିଶେଷ / ବ୍ଲକ୍ ସ୍ତରୀୟ ଜନ ଶୁଣାଣି ଶିବିର

ବ୍ଲକ୍ ସ୍ତରୀୟ ଜନ ଶୁଣାଣି ଶିବିର

ରଘୁନାଥପୁର, ୩୧/୦୩/୨୦୨୨( ଓଡ଼ିଶା ସମାଚାର )-ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ୨୦୧୩ ଓ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକ୍ ସ୍ତରୀୟ ଜନ ଶୁଣାଣି ଶିବିର ଆଜି ବ୍ଲକ୍ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଜିତେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୨୦୨୦- ୨୧ ଆର୍ଥିକ ବର୍ଷରେ ହୋଇଥିବା କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ । ଗତ ଆର୍ଥିକ ବର୍ଷରେ ବ୍ଲକ୍ ରେ ୫୭୭ ଟି ପ୍ରକଳ୍ପ ହାତକୁ ନିଆଯାଇ ୩ କୋଟି ୯୨ ଲକ୍ଷ ୩୩ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି । ସେହିପରି ୨ଲକ୍ଷ ୨୫ ହଜାର ୬ଶହ ୬୯ ଶ୍ରମ ଦିବସ ଲକ୍ଷ ରଖାଯାଇଥିବାବେଳେ ୧ ଲକ୍ଷ ୫୫ ହଜାର ୬୬୮ ଶ୍ରମ ଦିବସ କାର୍ଯ୍ୟକାରୀ ହୋଇଛି । ଖାଦ୍ୟ ନୀରାପତା ଆଇନ୍ ଅନୁଯାୟୀ ଯେଉଁମାନେ ଯୋଗ୍ୟ ହିତାଧିକାରୀ, ସେମାନେ ଅନଲାଇନ୍ ରେ ଦରଖାସ୍ତ କରିପାରିବେ । ଚାଲୁଥିବା ପ୍ରକଳ୍ପ ଗୁଡ଼ିକ ତୁରନ୍ତ ସାରିବା ପାଇଁ ଶ୍ରୀମତୀ ବିଶ୍ୱାଳ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ୍ ସହକାରୀ ଯନ୍ତ୍ରୀ ଅମିୟଚାନ୍ଦ ମଲିକ, ଏପିଓ ମୋନାଲିସା ଲେଙ୍କା, ବିଏସଏ ତ୍ରିଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ବିଭିନ୍ନ ପଂଚାୟତର ସରପଂଚ , ସମିତି ସଭ୍ୟ , ପଂଚାୟତ ନିର୍ବାହୀ ଅଧିକାରୀ , ଜିଆରଏସ , ବ୍ଲକ୍ ର କନିଷ୍ଠ ଯନ୍ତ୍ରୀମାନେ ଭାଗ ନେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.