Tuesday , September 27 2022
Breaking News
Home / ବିଶେଷ / ପ୍ରଧାନ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଧନା

ପ୍ରଧାନ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଧନା

ଜୁନାଗଡ ୩୧/୦୩/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ) – ଜୁନାଗଡ ବ୍ଲକ ଅନ୍ତର୍ଗତ କଲେଇଗାଓଁ ପଞ୍ଚାୟତ ର କୁଲିହାରୀ ଉଚ୍ଚ ବିଦ୍ୟାଳୟ ରେ କାର୍ୟ୍ୟରତ ଥିବା ପ୍ରଧାନଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଧନା ଦିଆଯାଇଥିଲା । କୁଲିହାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଏକ ସଭା ରେ ଆୟୋଜନ କରାଯାଇ ତାଙ୍କୁ ସମ୍ମାନିତ କରାଯଇଥିଲା । ଏହି କାର୍ୟ୍ୟକ୍ରମ ରେ ଅତିଥି ଭାବରେ କଲେଇଗାଁ ସରପଞ୍ଚ ମଳୟ ରଞ୍ଜନ ଆଚାର୍ୟ୍ୟ, କୃଷକ ନେତା ତଥା ବିଦ୍ୟାଳୟ ର ପୂର୍ବତନ ସଭାପତି ଲଖମଣ ରଣବୀର,ଅନନ୍ତ ରାମ ବାଗ,ପରମାନନ୍ଦ ପୂଝାରୀ,ଆନନ୍ଦ ପୁଝାରୀ , ସୁଦାମ ଚରଣ ପାତ୍ର ଓ ପୂର୍ବତନ ଛାତ୍ର ଛାତ୍ରୀ ଏବଂ କାର୍ୟ୍ୟରତ ଶିକ୍ଷକ ପ୍ରଭୃତ ଯୋଗ ଦେଇଥିଲେ ଏବଂ ଶିକ୍ଷକ ବିଜୟ କୁମାର ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ । ସମୀର କୁମାର ନାଏକ ଉକ୍ତ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବେ ଦୀର୍ଘ ୩୬ ବର୍ଷ ଯାଏଁ କାର୍ୟ୍ୟ କରି ଆସୁଥିଲେ । ଉତ୍ତମ ଶିକ୍ଷାଦାନ ସହ କାର୍ୟ୍ୟରତ ଥିବା ସମୟ ରେ ବିଦ୍ୟାଳୟ ରେ ବହୁ ଉନ୍ନୟନମୂଳକ କାର୍ୟ୍ୟ ମାନଙ୍କରେ ତାଙ୍କ ଅବଦାନ ଥିବା ର ପ୍ରକାଶ । ଶେଷ ରେ ସ୍ଥାନୀୟ ସରପଞ୍ଚ ମଳୟ ରଞ୍ଜନ ଆଚାର୍ୟ୍ୟ ତାଙ୍କୁ ମାନପତ୍ର ଦେଇ ସମ୍ବର୍ଧନା ଜଣାଇଥିଲେ  । ଓଡ଼ିଶା ସମାଚାର

Leave a Reply

Your email address will not be published.