ନିରାକାରପୁର, ୩୧/୦୩/୨୦୨୨( ଓଡ଼ିଶା ସମାଚାର )- ଖୋର୍ଦ୍ଧା ଜିଲ୍ଲା ଧଉଳିମୂହଁ ଷ୍ଟେସନ ନିକଟବର୍ତ୍ତୀ ମଧୁପୁର ଠାରେ ଥିବା ରେଳଫାଟକ (LC-210)କୁ ଅଞ୍ଚଳବସୀଙ୍କ ସହିତ ଆଲୋଚନା ନକରି ୩୦ ତାରିଖରେ ରେଳପ୍ରଶାସନ ଜୋର୍ କରି ଉଚ୍ଛେଦ କରିବାକୁ ଉଦ୍ୟମ କରୁଥିବାବେଳେ , ଧଉଳିମୂହ୍ ଓ ବ୍ରଜମୋହନପୁର ଦୁଇ ପଞ୍ଚାୟତର ଶହଶହ ସଂଖ୍ୟକ ମହିଳା ଓ ପୁରୁଷ ଏକଜୁଟ ହୋଇ ବିରୋଦ୍ଧ ଓ ପ୍ରତିବାଦ କରିଥିଲେ । ଖୋର୍ଦ୍ଧା ଉପଜିଲ୍ଲାପାଳ, ରେଳ ବଭାଗର ଉଚ୍ଚ କର୍ତୃପକ୍ଷ, ଖୋର୍ଦ୍ଧା ତହସିଲଦାର, ଜଂକିଆ ଆର.ଆଇ ଙ୍କ ସହିତ ଘଟଣାସ୍ଥଳରେ ବିଜେପି ନେତା କାଳୁ ଖଣ୍ଡାୟତରାୟ, ଧଉଳିମୁହଁ ସରପଞ୍ଚ ସତୃଘନ ବେହେରା, ବ୍ରଜମୋହନପୁର ସରପଞ୍ଚ ବଦ୍ରିନାରାୟଣ ଭୁଜବଳ, ସିପିଏମ ନେତା ଶୈଳସ ବଳିୟାରସିଂହ ଗିରିଶ ଚନ୍ଦ୍ର ମହାରଣା, ବାପି ମହାରଣା, ପୂର୍ବତନ ସରପଞ୍ଚ କାଳୁ ବଳିୟାରସିଂହ, ନାନୁ ଦଳବେହେରା, କାଳୁ ସାହୁ, ରାଜ କିଶୋର ଜେନା , ମାଧବ ଚନ୍ଦ୍ର ଜେନା, ସଦାଶିବ ବିଶ୍ଵାଳ ପ୍ରମୁଖଆଲୋଚନା କରିଥିଲେ ।
କୌଣସି ନିଷ୍କର୍ଷ ନବାହାରିବାରୁ ଶେଷରେ ପ୍ରଶାସନ ଆନ୍ଦୋଳନକାରୀଙ୍କ ସ୍ୱାର୍ଥକୁ ରଖି ଆଜିର ଉଚ୍ଛେଦ କାର୍ୟ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି ଏବଂ ଆସନ୍ତା ଏପ୍ରିଲ ୪ ତାରିଖରେ ଜିଲ୍ଲାପାଳ, ଡି.ଆର୍.ଏମ୍, ତହସିଲଦାର, ଲୋକପ୍ରତିନିଧି ଓ ଅଞ୍ଚଳବାସୀଙ୍କ ଏକ ପ୍ରତିନିଧି ମଣ୍ଡଳୀଙ୍କୁ ନେଇ ଆଲୋଚନା କରାଯିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିଵ । ଓଡ଼ିଶା ସମାଚାର