Tuesday , August 16 2022
Breaking News
Home / ସ୍ୱାସ୍ଥ୍ୟ / ୧୭ ଶିଶୁ ଙ୍କ ସମେତ ୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ

୧୭ ଶିଶୁ ଙ୍କ ସମେତ ୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର ୩୦/୦୩/୨୦୨୨( ଓଡ଼ିଶା ସମାଚାର )- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୫ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୨୪ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୭ ଜଣ ଶିଶୁ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨ଜଣ, ବାଲେଶ୍ୱର ଜିଲ୍ଲାରୁ ୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୨ଜଣ, କଟକ ଜିଲ୍ଲାରୁ ୪ଜଣ, ଦେଓଗଡ଼ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ୫ଜଣ, ଯାଜପୁର ଜିଲ୍ଲାରୁ ୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪ଜଣ, ସମ୍ବଲପୁର ଜିଲ୍ଲାରୁ ୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୫ଜଣ, ଷ୍ଟେଟ ପୁଲ୍ ରୁ ୩ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୮୭୬୦୮ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟର ରେ ଯୋଗେ ସୂଚନା ଦିଆଯାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଂଟାରେ କରୋନା ଜନିତ ମୃତ୍ୟୁ ସମ୍ପର୍କରେ କୌଣସି ସୂଚନା ଏପ ପର୍ୟ୍ୟନ୍ତ ମିଳିନାହିଁ ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୬୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୨୭୮୦୩୫ ଜଣ ସୁସ୍ଥ ହୋଇଛନ୍ତି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧୨୦ ରେ ପହଂଚିଥିବାବେ୧ଳେ ୫୩ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୪୦୦ ଜଣ ସକ୍ରୀୟ ସଂକ୍ରମିତ ଚିକିତ୍ସାଧିନ ରହିଥିବା ବେଳେ ଗତକାଲି ସୁଦ୍ଧା ରାଜ୍ୟରେ ୩୦୬୨୧୫୪୮ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଦେଶରେ ପ୍ରଥମ : ନବଦମ୍ପତି ଗିଫ୍ଟ ଯୋଜନା ସେପ୍ଟେମ୍ବରରୁ ଆରମ୍ଭ

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶାରେ ନୂଆ ବିବାହ କରିବାକୁ ଯାଉଥିବା ଯୋଡ଼ିଙ୍କୁ ନବଦମ୍ପତି ବିବାହ ଉପହାର ପ୍ରଦାନ କରାଯିବ। ସ୍ୱାସ୍ଥ୍ୟ ବିଭାଗର …

Leave a Reply

Your email address will not be published.