Tuesday , August 9 2022
Breaking News
Home / ବିଶେଷ / ମେରିଆବନ୍ଧଲି ଠାରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ,ହତ୍ୟା ନା ଆଉ କଣ – କାରଣ ଅସ୍ପଷ୍ଟ

ମେରିଆବନ୍ଧଲି ଠାରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ,ହତ୍ୟା ନା ଆଉ କଣ – କାରଣ ଅସ୍ପଷ୍ଟ

ଜୁନାଗଡ଼ , ୩୦/୦୩/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମେରିଆବନ୍ଧଲି ନିକଟରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ ପଡି ରହିଥିଲା । ଖବର ପାଇ ଘଟଣା ସ୍ଥଳରେ ଜୁନାଗଡ଼ ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇଛନ୍ତି । ଅନ୍ୟ ପକ୍ଷରେ ମୃତ ମହିଳାଙ୍କ ଅନ୍ତ ବୁଜୁଲା ବାହାରି ଯାଇଥିବା ବେଳେ ହାତରେ ସଲାଇନ ଲାଗିଥିବା ଜଣା ପଡିଛି । ଏହା ହତ୍ୟା ନା ଆଉ କିଛି ଜଣା ପଡିନଥିବା ବେଳେ ମୃତ ମହିଳା ଜଣଙ୍କ ଜୁନାଗଡ଼ ଅଞ୍ଚଳର ହୋଇନଥିବା ଜଣା ପଡିଛି । ଏନେଇ ପୁଲିସ ତଦନ୍ତ କରୁଥିବା ନେଇ ଜୁନାଗଡ଼ ଆଇଆଇସି ଉତ୍ତମ କୁମାର ସାହୁ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.