କଟକ,୩୦/୦୩/୨୦୨୨( ଓଡ଼ିଶା ସମାଚାର )- ଭିଜିଲାନ୍ସ ଜାଲରେ ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ଏକାସାଙ୍ଗେ ୬ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ମିଳିଛି ।
କଟକ ଭିଜିଲାନ୍ସ ସ୍ପେଶାଲ ଜଜ୍ ଙ୍କ ଓ୍ୱାରେଣ୍ଟ ବଳରେ ଏହି ଚଢାଉ ଚାଲିଛି । ୫ଜଣ ଡିଏମ୍ସି , ୫ଜଣ ଇନ୍ସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ଏହି ଚଢାଉରେ ସାମିଲ ଅଛନ୍ତି । ଏକାସାଙ୍ଗେ ନୟାଗଡ଼, କଟକ, ଖୋର୍ଦ୍ଧାର ୬ଟି ସ୍ଥାନରେ ଚଢାଉ ଚାଲିଛି । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ନୟାଗଡସ୍ଥିତ ଅଫିସ, ନୟାଗଡ ଟାଉନସ୍ଥିତ ଘର, ଭୁବନେଶ୍ବର ପଟିଆସ୍ଥିତ ଫ୍ଲାଟ, କଟକ କିଶନଗର ଥାନା ଅନ୍ତର୍ଗତ ପିଁପୁର ସ୍ଥିତ ପୈତୃକ ଘର, କଟକ ଆଲିସା ବଜାର ସ୍ଥିତ ବିଲ୍ଡିଂ, ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଦୁଇ ମହଲା ବିଶିଷ୍ଟ ବିଲ୍ଡିଂ ଉପରେ ଭିଜିଲାନ୍ସ ଚଢ଼ାଉ କରିଛି।ଓଡ଼ିଶା ସମାଚାର
